ଉପଖଣ୍ଡ ସ୍ତରୀୟ ୮୭ ତମ ଉତ୍କଳ ଦିବସ ପାଳିତ

0
284

ଭଞ୍ଜନଗର : ଭଞ୍ଜନଗର ରେ ଉପଖଣ୍ଡ ସ୍ତରୀୟ ୮୭ ତମ ଉତ୍କଳ ଦିବସ ପାଳିତ ହୋଇଛି। ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଯୋଗଦେଇ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ଅବଦାନର ରହିଥିବା ମହାମନିସୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପ୍ରତ୍ୟେକ ଓଡ଼ିଆ ନିଜ ଭାଷା,ଜାତି, ସଂସ୍କୃତି ଓ ପରାମ୍ପରକୁ ସାରା ସ୍ବତନ୍ତ୍ର ସ୍ଥାନରେ ରହିବ ସେଥିପାଇଁ ଆମେ ଯତ୍ନବାନ ହେବାକୁ ପଡିବ ବୋଲି କହିଥିଲେ। ଓଡ଼ିଆ ଭାଷାକୁ ସାଧାରଣ ଲୋକ ବ୍ୟବହାର କଲେ ପ୍ରଶାସକ ମାନେ ଓଡ଼ିଆରେ ନଥିପତ୍ର କରିବାକୁ ବାଧ୍ୟ ହେବେ ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ଼.କୃତ୍ତିବାସ ବିଶ୍ବାଳ,ସମ୍ମାନିତ ଅତିଥି ଭାବେ ବିଡ଼ିଓ ଅନୀଲ କୁମାର ସେଠୀ,ତହସିଲଦାର ଆଲୋକ ପ୍ରଧାନ,ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ଯୋଗ ଦେଇ ଓଡ଼ିଆ ଭାଷାକୁ ହୃଦୟ ସହକାରରେ ଭଲ ପାଇବା ସହ ବହୁଳ ବ୍ୟବହାର ପାଇଁ ଆହ୍ବାନ ଦେଇଥିଲେ। ଏହି ସଭାର ସଂଯୋଜନା ଶୂଳପାଣି ଶତପଥୀ କରିଥିବା ବେଳେ କାର୍ଯ୍ୟକ୍ରମକୁ ଉପଖଣ୍ତ ସୂଚନା ଓ ଲୋକ ସଂର୍ପକ ଅଧିକାରୀ ଗୌରୀ ଶଙ୍କର ଶତପଥୀ ପରିଚାଳନା କରିଥିଲେ।ଏଥିରେ ବିଭିନ୍ନ ଅନୁଷ୍ଠାନର କମକର୍ତା, ଛାତ୍ରଛାତ୍ରୀ,‘ବିପଦର ବନ୍ଧୁ’ ଓ ବରିଷ୍ଠ ନାଗରିକ ସାମିଲ ହୋଇଥିଲେ। ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଆଜି ଭୋର ସମୟରେ ସହରରେ ଥିବା ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here