ବସ – ମୋଟର ସାଇକେଲ ଧକ୍କା ୩ ଆହତ:୫ ବର୍ଷ ର୍ ଛୁଆ ଗୁରୁତର

0
697

ନବରଙ୍ଗପୁର: ଗୁରୁବାର ପୂର୍ବାହ୍ନ ୧୧ ଘ. ସମୟରେ ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ମହେନ୍ଦ୍ରୀ ଛକ ଉପରେ ବସ – ମୋଟର ସାଇକେଲ ଧକ୍କା ୩ ଆହତ,୫ ବର୍ଷ ର ପୁଅ ଗୁରୁତର | ସୂଚନାଯୋଗ୍ୟ:- ପାପଡାହାଣ୍ଡି – ଡାବୁଗାଁ ରାଜ୍ୟ ରାଜପଥ-୩୯ ଉପରେ ଜଗଦଲପୁର ଠାରୁ ଏକ ବସ ନଂ ସିଜି ୧୭ କେଏସ ୭୯୧୯ ଡାବୁଗାଁ ଅଭିମୁଖେ ଆସୁଥିବା ବେଳେ ମହେନ୍ଦ୍ରୀ ଛକ ଠାରେ ଲୋକ ଓହ୍ଲାଉ ଥିବା ବେଳେ ସେ ରାସ୍ତାରେ କଣ୍ଟାସାରୁ ଗ୍ରାମରୁ ମାନସିଂ ଭତ୍ରା(୨୯) ତାଙ୍କ ପୁଅ ସୁଶାନ୍ତ ଭତ୍ରା(୫)କୁ ଆଗରେ ବସାଇ ତାଙ୍କ ଶଶୁର ଗ୍ରାମ ଡାବୁଗାଁ ବ୍ଲକ ଅଧିନ ସିନ୍ଧିକାଗୁଡା ଗ୍ରାମକୁ ଆସୁଥିବା ଏକ ମୋଟର ସାଇକେଲ ନଂଓଡି ୨୪- ୪୩୦୭ ପଛପଟୁ ଧକ୍କା ଦେଇଥିଲା | ଫଳରେ ମୋଟର ସାଇକେଲ ରେ ଥିବା ୩ ଜଣ ଆହତ ହୋଇଥିଲେ | ଆହତ ମାନେ ହେଲେ ସିନ୍ଧିକାଗୁଡା ଗ୍ରାମର ରତନ ଭତ୍ରା (୪୫) ଓ କୁଶ ମାଝି (୫୫) ଏବଂ ଚାଳକ କଣ୍ଟାସାରୁ ଗ୍ରାମର ମାନସିଂ ଭତ୍ରା ଙ୍କ ଆଗରେ ବସିଥିବା ତାଙ୍କ ପୁଅ ସୁଶାନ୍ତ ଭତ୍ରା (୫) ବସ ପଛପଟେ ପିଟି ହୋଇ ମୁଣ୍ଡ ରେ ଶକ୍ତ ଆଘାତ ଫଳ ରେ ଗୁରୁତର ହୋଇ ଥିଲା | ଖବରପାଇ ଡାବୁଗାଁ ଥାନା ଏଏସଆଇ ଶିଶିରକାନ୍ତ ଘୋଷ ଓ ବିଜଯ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ | ସେଠାରେ ସୁଶାନ୍ତ ଭତ୍ରାଙ୍କ ଅବସ୍ଥା ଗୁରୁତ୍ତର ଥିବାରୁ ତାଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି | ପୋଲିସ ଦୁର୍ଘଟଣା ଗ୍ରସ୍ତ ବସ ଓ ମୋଟର ସାଇକେଲକୁ ଜବତ କରି ଥାନାକୁ ଆଣି ତଦନ୍ତ ଜାରି ରଖିଛି |
ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here