ପୋଲସରା ପୌର ନିର୍ବାଚନ : ପ୍ରଚାର କଲେ ବିଧାୟକ

0
290

ପୋଲସରା : ପୋଲସରା ପୌରା ନିର୍ବାଚନ ପାଇଁ ମାର୍ଚ୍ଚ ୧୪ ତାରିଖ ଦିନ ବିଜୁ ଜନତା ଦଳର ଅଧ୍ୟକ୍ଷା ଓ କାଉନସିଲର ମାନଙ୍କ ପାଇଁ ବିଧାୟକ ଶ୍ରୀକାନ୍ତ ସାହୁ ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲେ। ପୋଲସରା ଏନଏସି ନିର୍ବାଚନ ମଇଦାନରେ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହେବ ବୋଲି ଆଶା କରାଯାଉଛି। ସୋମବାର ଦିନ ବିଜେଡି ପକ୍ଷରୁ ପାଞ୍ଚ ଗୋଟି ଓ୍ବାର୍ଡରେ ପ୍ରଚାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଚାର କାର୍ଯ୍ୟରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଯୋଗଦାନ କରିବା ସହ ପୋଲସରା ପୌର ଅଧ୍ଯକ୍ଷା ପ୍ରାର୍ଥୀନୀ ସଙ୍ଗୀତା ବେହେରା ଏବଂ ୧ ନମ୍ବର କାଉନସିଲର ପ୍ରାର୍ଥୀନୀ ଲକ୍ଷ୍ମୀପ୍ରିୟା ବେହେରା, ୨ ନମ୍ବର କାଉନସିଲର ପ୍ରାର୍ଥୀ ଅନିଲ କୁମାର ସାହୁ, ୩ ନମ୍ବର ଓ୍ବାର୍ଡ କାଉନସିଲର ପ୍ରାର୍ଥୀନୀ ବାସନ୍ତୀ ପରିଡ଼ା, ୬ ନମ୍ବର ଓ୍ବାର୍ଡ ର କାଉନସିଲର ପ୍ରାର୍ଥୀନୀ ସୁନିତା ସୁବୁଦ୍ଧି ଓ ୭ ନମ୍ବର ଓ୍ବାର୍ଡର କାଉନସିଲର ପ୍ରାର୍ଥୀ ଅଭିମନ୍ୟୁ ପ୍ରଧାନ ଙ୍କ ସହିତ ଘରକୁ ଘର ବୁଲି ବିଜୁ ଜନତା ଦଳ ପ୍ରାର୍ଥୀ ଓ ପ୍ରାର୍ଥୀନୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ। ଏହା ସହିତ ବିଧାୟକ ଶ୍ରୀ ସାହୁ ୫ ଗୋଟି ଓ୍ବାର୍ଡର ବିଜେଡି କାର୍ଯ୍ଯାଳୟ ଉଦଘାଟନ କରିଥିଲେ।କାର୍ଯ୍ୟକ୍ରମରେ ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ୍ଲ ପ୍ରଧାନ, ପଞ୍ଚାନନ ସାହୁ, ରଞ୍ଜିତ ସାହୁ, ଗୋପାଳ ସାହୁ, ସନ୍ତୋଷ କୁମାର ବେହେରା, ରତ୍ନାକର ସାହୁ, ଟିନୀଆ ଗୋୟଲ,ପିତବାସ ପ୍ରଧାନ ସମେତ ବହୁ ବିଜେଡି କର୍ମୀ ଯୋଗଦାନ କରି ପ୍ରଚାର କରିଥିଲେ ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here