ଉନ୍ମୋଚିତ ହେଲା ‘ବ୍ରହ୍ମପୁର ମାଁ ବୁଢ଼ୀ ଠାକୁରାଣୀ’ ଭଜନ ଆଲବମ୍

0
320

ବ୍ରହ୍ମପୁର() ବ୍ରହ୍ମପୁର ଦଳୁଆ ସାହି ସ୍ଥିତ ଲିୟାନା ଡେନ୍ସ ଆକାଡେମୀ ପରିସରରେ ବ୍ରହ୍ମପୁରର ଆରାଧ୍ୟ ଦେବୀ ମାଁ ବୁଢ଼ୀ ଠାକୁରାଣୀ ଉପରେ ଏକ ଭିଡ଼ିଓ ଆଲବମ୍ ନିର୍ମାଣ ହୋଇ ତାହା ଉନ୍ମୋଚିତ ହୋଇଯାଇଛି । ଷ୍ଟାର କ୍ରିଏଟିଭ ଦ୍ୱାରା ନିର୍ମିତ ‘ବ୍ରହ୍ମପୁର ମାଁ ବୁଢ଼ୀ ଠାକୁରାଣୀ, ନାମକ ଏହି ଭିଡ଼ିଓ ଆଲବମ୍ କୁ ସମ୍ମାନିତ ଅତିଥି ଭାବେ ଖ୍ୟାତନାମା ମଞ୍ଚ ଉପସ୍ଥାପକ ହୃଷିକେଶ ପାଣିଗ୍ରାହୀ ଯୋଗଦେଇ ଉନ୍ମୋଚିତ କରିଥିବାବେଳେ ମୁଖ୍ୟ ଅତିଥିଭାବେ ରାମଚନ୍ଦ୍ର ବିଶ୍ୱାଳ ଯୋଗ ଦେଇଥିଲେ । ଭଜନଟିରେ ମୁଖ୍ୟ କଳାକାର ଭାବେ କୃଷ୍ଣଚନ୍ଦ୍ର ପଣ୍ଡା ଏବଂ ସାମ୍ବାଦିକ ସୁଦୀପ କୁମାର ସାହୁ ଅଭିନୟ କରିଥିବାବେଳେ ଶିଶୁ କଳାକାର ଭାବେ ପ୍ରଣୀତ ରେଡ୍ଡୀ ଅଭିନୟ କରିଛନ୍ତି । ଅନୀଲ ପଟନାୟକ ଏବଂ କୁସୁମ ପଟନାୟକ ଏଥିରେ ସହଯୋଗୀ କଳାକାର ଭାବେ ଅଭିନୟ କରିଛନ୍ତି । ଭଜନଟିକୁ ଉମା ଶଙ୍କର ବେହେରା କଣ୍ଠ ଦାନ କରିଥିବାବେଳେ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଶିବରାମ ଭାଇ ଏବଂ ସହ ନିର୍ଦ୍ଦେଶନା ପ୍ରଭାତ କୁମାର ସଜାଇଛନ୍ତି । କ୍ୟାମେରା ମହେଶ ଫୋଟୋଗ୍ରାଫି ଏବଂ ସମ୍ପାଦନା କୃଷ୍ଣ ନାୟକ ଦାଇତ୍ୱ ତୁଲାଇଛନ୍ତି । ଭଜନରେ ନିର୍ଦ୍ଦେଶନା ଦାଇତ୍ୱ ତୁଲାଇଛନ୍ତି ତ୍ରିନାଥ କୁମାର ଏବଂ ସହ ନିର୍ଦ୍ଦେଶନା ଭାବେ ପ୍ରଶାନ୍ତ ପ୍ରତିନିଧି । ଭଜନଟି ବ୍ରହ୍ମପୁର ବୁଢୀ ଠାକୁରାଣୀ ମନ୍ଦିର ଏବଂ ଏହାର ଆଖପାଖ ଅଞ୍ଚଳରେ ସୁଟିଙ୍ଗ କରାଯାଇଛି । ନୂଆବର୍ଷକୁ ଦୃଷ୍ଟିରେ ରଖି ଏହି ଭଜନ ନିର୍ମାଣ କରାଯାଇଥିବା ବେଳେ ଦର୍ଶକଙ୍କ ମନକୁ ବେଶ୍ ଛୁଇଁବ ବୋଲି ପ୍ରଯୋଜକ ସୀମାଞ୍ଚକ ବିଶ୍ୱାଳ ଆଶା ପ୍ରକଟ କରିଛନ୍ତି

LEAVE A REPLY

Please enter your comment!
Please enter your name here