ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇ ପୁଣି ଇତିହାସ ରଚିଲେ କୁକୁଡ଼ାଖଣ୍ଡି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର

0
281

କୁକୁଡ଼ାଖଣ୍ଡି:କୁକୁଡ଼ାଖଣ୍ଡି ବ୍ଲକ ଅଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇ ପୁଣି ଇତିହାସ ରଚିଲେ ଡ଼େଙ୍ଗାପଦର ସମିତିସଭ୍ୟ ପ୍ରାର୍ଥୀ କାମାକ୍ଷା ପ୍ରସାଦ ପାତ୍ର । ପ୍ରଥମ ଥର ପାଇଁ ଇତିହାସ ରଚିଲେ କାମାକ୍ଷା ପ୍ରସାଦ ପାତ୍ର ଓରଫ ବାପି । ବ୍ଲକ ପ୍ରତିଷ୍ଠା ଦିନଠାରୁ ଲଗାତର ଦ୍ଵିତୀୟ ଥର ପାଇଁ କାମାକ୍ଷା ଅଧ୍ୟକ୍ଷ ପଦବୀ ହାସଲ କରିବା ସହ ବ୍ଳକର ୨୨ଟି ପଞ୍ଚାୟତର ବିଜେଡ଼ି ସମର୍ଥନରେ ନିର୍ବାଚିତ ହୋଇଥିବା ୧୭ଜଣ ସମିତିସଭ୍ୟଙ୍କ ସହ ବିଜେପି ସମର୍ଥୀତ ୪ଜଣ ସମିତି ସଭ୍ୟ ମଧ୍ୟ କାମାକ୍ଷାଙ୍କୁ ସମର୍ଥନ ଜଣାଇବାରୁ ଅପ୍ରତିଦ୍ବନ୍ଦୀ ଭାବେ କାମାକ୍ଷା ଏକତରଫା ବିଜୟ ହାସଲ କରିବାରେ ସଫଳ ହୋଇଥିଲେ । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ତାଙ୍କ ରାଜନୈତିକ ଗୁରୁ ସ୍ଥାନୀୟ ବିଧାୟକ ତଥା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଆଶୀର୍ବାଦରେ ସେ ପୁଣି ଥରେ ଅଧ୍ୟକ୍ଷ ଆସନରେ ବସିଥିବାରୁ ଉଭୟଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି । ପୂର୍ବରୁ ସେ ସରପଞ୍ଚ, ଜିଲ୍ଲାପରିଷଦ ଓ ଏବେ ଦୁଇ ଦୁଇ ଥର ସମିତି ସଭ୍ୟ ହୋଇ ଜନସାଧାରଣଙ୍କ ସେବା କରି ଆସିଛନ୍ତି । ସୂଚନା ଥାଉକି ନିଜ ଜନ୍ମମାଟି କୁକୁଡ଼ାଖଣ୍ଡିରୁ ସେ ପ୍ରତିଦ୍ବନ୍ଦିତା ନକରି ପୂର୍ବରୁ କଙ୍କିଆ ପଞ୍ଚାୟତରେ ସମିତି ସଭ୍ୟ ଭାବେ ପ୍ରତିଦ୍ବନ୍ଦିତା କରି ବିଜୟ ଲାଭ କରି ବ୍ଲକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ ।ପୁଣି ଚଳିତ ବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଡ଼େଙ୍ଗାପଦର ପଞ୍ଚାୟତରୁ ସମିତିସଭ୍ୟ ଭାବେ ପ୍ରତିଦ୍ବନ୍ଦିତା କରି ଭୋଟରଙ୍କ ହୃଦୟକୁ ଜିଣି ବିପୁଳ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଥିଲେ । ଗତ ୫ ବର୍ଷ ମଧ୍ୟରେ ପ୍ରତି ପଞ୍ଚାୟତରେ ଉନ୍ନୟନ ମୂଳକ କାର୍ଯ୍ୟକରି ଜନସାଧାରଣଙ୍କ ଲୋକପ୍ରିୟତା ହାସଲ କରିଥିଲେ। ଶନିବାର ପୁଣି ଅଧ୍ୟକ୍ଷ ହେବା ପରେ ନିଜ ପଞ୍ଚାୟତ ଡ଼େଙ୍ଗାପଦରକୁ ଯାଇ ପଞ୍ଚାୟତର ବିଭିନ୍ନ ଗ୍ରାମ ବୁଲିବା ସହ କୁକୁଡ଼ାଖଣ୍ଡିରେ ନିଜ ସମର୍ଥକମାନେ ଏକ ବିରାଟ ମୋଟର ସାଇକେଲ ରାଲିରେ ଗ୍ରାମ ପରିକ୍ରମା କରିଥିଲେ। ଏହି ଅବସରରେ ବିଜେଡ଼ି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବାଚସ୍ପତିଙ୍କ ସୁପୁତ୍ର ବିପ୍ଳବ ପାତ୍ର, ପୂର୍ବତନ ସରପଞ୍ଚ ଏ.ଚେନ୍ନୟା , ସୀତାରାମ ସାହୁ, କେ. ମଣିବାବୁ, କୈଳାଶ ରଣା, ନିରଞ୍ଜନ ଜେନା, ଦୂତୀକୃଷ୍ଣ ମଲ୍ଲ, ଭବାନୀ ଶଙ୍କର ବିଶ୍ୱାଳ,ଶିବରାମ ପାତ୍ର,ସାରଥି ପ୍ରସାଦ ଗୌଡ଼,ଜତୀନ୍ଦ୍ର ପାତ୍ର ,ନିରଞ୍ଜନ ମହାନ୍ତି,ବି.ରବୀନ୍ଦ୍ର ପାତ୍ର, ରାଧାମୋହନ ସେଠୀ, ବୈଶିଷ୍ଟ ଜେନା, ବସନ୍ତ ସ୍ୱାଇଁ, ଲକ୍ଷ୍ମୀ ସ୍ୱାଇଁ,କାନୁ ପାତ୍ର ,ପ୍ରଦୀପ କୁମାର ମଲଣା, ଲକ୍ଷ୍ମୀ ମହାଙ୍କୁଡ଼, ଇଂ.ବନ୍ଦନା ସେଠୀ, ଟୁକୁନା ସେଠୀ, ଛାତ୍ରନେତା କେ.ଅବିନାଶ,କାନୁ ଜେନାଙ୍କ ସମେତ ବହୁ ବରିଷ୍ଠ ବିଜେଡ଼ି ନେତା ଓ କର୍ମୀ ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିଥିଲେ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here