ଟୋକାଗଣ୍ଡା ପ୍ରାଥମିକ ବିଦ୍ୟାଳୟରେ ୭୧ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

0
600

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା ବ୍ୟୁର) : ଭଞ୍ଜନଗର ବଡ଼କୋଦଣ୍ଡ। ଗ୍ରାମ ପଞ୍ଚାୟତର ଟୋକାଗଣ୍ଡା ପ୍ରାଥମିକ ବିଦ୍ୟାଳୟରେ ୭୧ ତମ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ମହା ଆଡମ୍ବରରେ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଶ୍ରୀମତୀ ଝୁନୁ ସେଠୀ ଓ ବିଦ୍ୟାଳୟ କମିଟି ସଭ୍ୟମାନେ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ ଗୀତ ପରିବେଷଣ ଓ ବକୃତା ଅତିଥି ମାନଙ୍କ ମନୋରଞ୍ଜନ କରିଥିଲା । ଶେଷରେ ସରପଞ୍ଚ ଶ୍ରୀମତୀ ସେଠୀ ବିଦ୍ୟାଳୟର ପ୍ରତିଷ୍ଠା ଓ ମହାନତା ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇ ଥିଲେ ଓ ଗୀତ, ବକୃତାରେ ବିଜୟୀ ଛାତ୍ରଛାତ୍ରୀମାନଙ୍କୁ ପୁରଷ୍କାର ପ୍ରଦାନ କରିଥିଲେ। ଆଜିର ଏହି କାଯ୍ୟକର୍ମରେ ଗ୍ରାମର ପୁରାତନ ଛାତ୍ରଛାତ୍ରୀମାନେ ଚିର ସ୍ମରଣୀୟ ବିଦ୍ୟାଳୟରେ ବିତାଇଥିବା ନିଜର ଦିନଗୁଡିକୁ ମନେ ପକାଇ ଥିଲେ।

LEAVE A REPLY

Please enter your comment!
Please enter your name here