କୁଟ୍‌ ଜେନେରାଲ୍ ମ୍ୟାନେଜର୍ ଶ୍ରୀମତି ୨୦୨୨’ ଆନ୍ତର୍ଜାତିକ ମାନ୍ୟତା ଦୀପ୍ତି ମହାପାତ୍ରଙ୍କୁ ‘ଇଲେକ୍ଟ୍ରିକ୍ ଓମେନ୍‌

0
284

ଭୁବନେଶ୍ଵର: ବିଗତ କିଛିବର୍ଷ ମଧ୍ୟରେ ଜନ ପରିବହନ କ୍ଷେତ୍ରରେ ମୋ ବସ୍ ନିଜର ବେଶ୍ ପରିଚୟ ସୃଷ୍ଟି କରିପାରିଛି । ସେପରି ବିଗତ ଦିନରେ ସହରାଳ ପରିବହନ ପ୍ରକଳ୍ପ କାର୍ଯ୍ୟକାରୀ କରି ଲୁଟ୍ ଉତ୍କର୍ଷତା ହାସଲ କରିଛି । କ୍ୟାପିଟାଲ୍ ରିଜନ୍‌ ଅର୍ବାନ ଟ୍ରାନ୍ସପୋର୍ଟ ଜେନେରାଲ ମ୍ୟାନେଜର ଶ୍ରୀମତି ମହାପାତ୍ର ବହୁ ପୂର୍ବରୁ ଭୁବନେଶ୍ବର ସହରା ଳରେ ମୋ ଇ. ରାଇଡ଼ ଆରମ୍ଭ କରିବାକୁ ପରିକଳ୍ପନା କରିଥିଲେ । କୋଭିଡ଼ ଯୋଗୁଁ ଏହା ବିଳମ୍ବ ହୋଇଥିଲେ ମଧ୍ୟ ଏହା ମଧ୍ୟରେ କେତୋଟି ଇ. ରିକ୍ସା ରାଜଧାନୀରେ ଗଡ଼ିବା ଆରମ୍ଭ ହୋଇଛି ଜନସାଧାରଣଙ୍କ ନିକଟରେ ଏହି ସେବା ଯୋଗାଇଦେବାପାଇଁ ଅନେକ ମହିଳା ଏବଂ କିନ୍ନର ଡ୍ରାଇଭର୍ ଭାବରେ ନିୟୋଜିତ ହୋଇଛନ୍ତି ।ଏହି ପରିପ୍ରେକ୍ଷିରେ ଶ୍ରୀମତି ଦୀପ୍ତି ମହାପାତ୍ରଙ୍କୁ ଆନ୍ତର୍ଜାତିକ ‘ ଇଲେକ୍ଟ୍ରିକ୍ ଓମେନ୍‌- ୨୦୨୨’ ମାନ୍ୟତା ପ୍ରଦାନ କରାଯାଇଛି ଏହି ମାନ୍ୟତା ଟିୟୁଏମ୍ଆଇ ‘ଟ୍ରାନ୍ସଫର୍‌ମେଟିଭ୍ ଅର୍ବାନ୍ ମୋବିଲିଟି ଇନିସିଏଟିଭ୍’ ଏବଂ ‘ ଜିଆଇଜେଡ୍ ଓମେନ୍‌ ମୁବିଲିଟି ଓମେନ୍’ ଗୃପ ପକ୍ଷରୁ ଏହି ମାନ୍ୟତା ପ୍ରଦାନ କରାଯାଇଛି । ସହରାଳ ପରିବହନ କ୍ଷେତ୍ରରେ ନାରୀମାନଙ୍କ ଉଲ୍ଲେଖନୀୟ ଭୂମିକା ପାଇଁ ବିଶ୍ବରୁ ନିର୍ଦ୍ଦିଷ୍ଟ କିଛି ବିଶେଷ ମହିଳାଙ୍କୁ ଚୟନ କରାଯାଇଥିଲା । ସେଥୁମଧ୍ୟରୁ ଓଡ଼ିଶା ରାଜ୍ୟରୁ ଏକମାତ୍ର ଓଡ଼ିଆ ଭାବରେ ଶ୍ରୀମତି ମହାପାତ୍ର ଏହି ମାନ୍ୟତା ହାସଲ କରିଛନ୍ତି ଜଣେ ଓଡ଼ିଆ ମହିଳା ଭାବରେ ଏହି ମାନ୍ୟତା ପ୍ରାପ୍ତ କରିଥିବାରୁ ଏହା ରାଜ୍ୟ ପାଇଁ ମଧ୍ୟ ଏକ ଗର୍ବର ବିଷୟ ।

ପରିବହନ କ୍ଷେତ୍ରରେ ସବୁଜ, ସ୍ଥାୟୀତ୍ନ ଏବଂ ଉତ୍କୃଷ୍ଟ ସେବା ଯୋଗାଇବା ପାଇଁ କଠିନ ପ୍ରୟାସ ଯୋଗୁଁ ବିଶ୍ଵର ୧୫ ଜଣ
ମହିଳାଙ୍କୁ ଏହି ମାନ୍ୟତା ପ୍ରଦାନ କରାଯାଇଛି ।ପରିବହନ କ୍ଷେତ୍ରରେ ଅନେକ ଉଲ୍ଲେଖନୀୟ ପରିବ ନ ହୋଇଛି ଲିଙ୍ଗଗତ ଭେଦଭାବକୁ ପଛରେ ପକାଇ ମହିଳା ଓ କିନ୍ନରମାନଙ୍କୁ ସମ୍ମାନର ସହିତ ରୋଜଗାର ନିମନ୍ତେ ସୁଯୋଗ ଦିଆଯାଇଛି ସେପରି ପୁରୁଷ ପ୍ରାଧାନ୍ୟ ରହିଥିବା ଭାରିଜାନ ଚାଳନା କ୍ଷେତ୍ରରେ ମହିଳାମାନଙ୍କୁ ବିଶେଷ ପ୍ରୋତ୍ସାହନ ଯୋଗାଇଦିଆଯାଉଛି । କୁଟ୍ଟ ପକ୍ଷରୁ ପରିବହନ ସେବାରେ ଉନ୍ନତିକରଣ ପାଇଁ ନିରନ୍ତର ପ୍ରୟାସ ସହିତ ଅନେକ ଉନ୍ନତିମୂଳକ କାର୍ଯ୍ୟ ଜାରୀ ରହିଛି। ଯେଉଁଥ ପାଇଁ ସରକାରୀ ପରିବହନ ସେବା ଜନସାଧାରଣଙ୍କ ବିଶ୍ବାସଯୋଗ୍ୟ ହୋଇପାରିଛି ।ଓଡ଼ିଶାରେ ଇଲେକ୍ଟ୍ରିକ୍ ଭେଇକିଲ୍ ପଲିସି ଲାଗୁହେବା ପରେ କ୍ରୁଟ୍ ପକ୍ଷରୁ ଏହି ନୀତି ତୁରନ୍ତ କାର୍ଯ୍ୟକାରୀ କରାଯାଇଥିଲା । ଫଳସ୍ଵରୂପ ସହରାଳ ପରିବହନରେ ମୋ ଇ. ରାଇଡ୍ ଯୋଗ କରିବା ସହ ଆଗାମୀ ଦିନରେ ତ୍ରୁଟ୍ ଅଧୀନରେ ଇ.ବସ୍ ମଧ୍ୟ ଯୋଗ କରାଯିବ । ଶ୍ରୀମତି ମହାପାତ୍ର ସଫଳତାର ସହ ଓଡ଼ିଶାରେ ଜନ ପରିବହନ ଇକୋସିଷ୍ଟମ୍ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି ଯାହାଫଳରେ ଜନସାଧାରଣମାନେ ସେମାନଙ୍କ ଯାତ୍ରାରେ ଏକ ସହଜ ସୁଲଭ ଏବଂ ସୁରକ୍ଷିତ ଯାତ୍ରାର ଅନୁଭୂତି ପାଇପାରିବେ ଲିଙ୍ଗଗତ ଭେଦଭାବ ଓ ସମ୍ବେଦନଶୀଳତାକୁ ନଜରରେ ରଖୁ ପରିବହନ କ୍ଷେତ୍ରରେ ମହିଳା ଓ କିନ୍ନର ସମ୍ପ୍ରଦାୟକୁ ମଧ୍ୟ ଗୁରୁତ୍ବ ଦେବାକୁ ଲକ୍ଷ୍ୟ ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here