ମିସ୍ ଏଣ୍ଡ ମିସେସ୍ ଅପେରା ଗ୍ଲୋବାଲ ଇଣ୍ଡିଆ ସୁନ୍ଦରୀ ପ୍ରତିଯୋଗିତାର ଫାଇନାଲ୍ ରେ ସ୍ମୃତି

0
384

ବ୍ରହ୍ମପୁର(ଦିନେଶ ପଟ୍ଟନାୟକ) ଜାତୀୟ ସ୍ତରରେ ବ୍ରହ୍ମପୁରର ମହିଳା ସ୍ମୃତି ପଣ୍ଡା ମିସ୍ ଏଣ୍ଡ ମିସେସ୍ ଅପେରା ଗ୍ଲୋବାଲ ଇଣ୍ଡିଆ-୨୦୨୦-୨୧ ସୁନ୍ଦରୀ ପ୍ରତିଯୋଗୀତାରେ ମନୋନୀତ ହୋଇ ଫାଇନାଲରେ ପ୍ରବେଶ କରିଛନ୍ତି । କୋରନା ପାଇଁ ଅନ୍ ଲାଇନ୍ ରେ ଆୟୋଜିତ ପ୍ରତିଯୋଗିତାରେ ଭାରତରୁ ୨୫ଜଣ ମନୋନୀତ ହୋଇଛନ୍ତି । ସେଥିମଧ୍ୟରୁ ଓଡ଼ିଶାରୁ ସର୍ବାଧିକ ମାର୍କ ରଖି ମନୋନୀତ ହୋଇଛନ୍ତି ସ୍ମୃତି । ଗୋଟିଏ ପରେ ଗୋଟିଏ ରାଉଣ୍ଡରେ ନିଜର ପ୍ରତିଭା ଓ ଦକ୍ଷତାର ପ୍ରମାଣ ଦେଇ ଶେଷରେ ରେମ୍ପ୍-ଶୋ ରେ ନିଜର ଜଲୱା ଦେଖାଇ ସ୍ମୃତି ଏହି ପ୍ରତିଯୋଗୀତାରେ ଫାଇନାଲ ରାଉଣ୍ଡରେ ପହଞ୍ଚି ପାରିଛନ୍ତି । ନିଜର ଗ୍ଲାମର ସାଙ୍ଗକୁ ବେଶଭୂଷା ଓ ନିଜର ବୁଦ୍ଧିମତିର ନିଆରା ଶୈଳୀ ଦୃଷ୍ଟିରୁ ଜୁରୀଙ୍କ ମନ ଜିଣି ସେ ବେଶ ପ୍ରଶଂସାର ପାତ୍ର ହେବା ସହ ଏଭଳି ଏକ ଜାତୀୟ ସ୍ତରୀୟ ପ୍ରତିଯୋଗୀତାର ଫାଇନାଲରେ ପହଞ୍ଚିଛନ୍ତି । ଗତବର୍ଷ ଡିସେମ୍ବର ୨ ତାରିଖ ରେ ସେ ଏହି ପ୍ରତିଯୋଗିତାରେ ପ୍ରଥମେ ଅନ୍ ଲାଇନ୍ ଜୁମ୍ ଆପ୍ ମାଧ୍ୟମରେ ଅଡିସନ୍ ଦେଇଥିଲେ । ଏଥିରେ ମୋଟ ୩୫୦୦ ଜଣ ଭାଗ ନେଇଥିଲେ ।
ଏହି ପ୍ରତିଯୋଗୀତାରେ ଥିବା ଜଜ୍‌ମାନେ ସ୍ମୃତିଙ୍କ ନିଆରା ଷ୍ଟାଇଲ୍ ପାଇଁ ପ୍ରଶଂସା କରିଛନ୍ତି । ଏହାର ଫାଇନାଲ୍ ଆସନ୍ତା ଫେବୃଆରୀ ୭ ରେ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି ସ୍ମୃତି । ସ୍ମୃତି ବ୍ରହ୍ମପୁର ଗୋଶାଣିନୁଆଁ ଗାଁ ପାଣିଗ୍ରାହୀ ସାହି ବାସିନ୍ଦା ହୋଇଥିବା ବେଳେ ସେ ବିଭିନ୍ନ ଶୋ ଗୁଡିକରେ ଆଙ୍କରିଂ ଏବଂ ମୋଡେଲିଙ୍ଗ କରି ବେଶ୍ ନାଁ ଅର୍ଜନ କରି ପାରିଛନ୍ତି ।

LEAVE A REPLY

Please enter your comment!
Please enter your name here