ଅଙ୍ଗାରଗାଁ ପଞ୍ଚାୟତ ର ନବନିର୍ବାଚିତ ସରପଞ୍ଚ ଙ୍କ ଦାୟିତ୍ଵ ଗ୍ରହଣ

0
309

ବେଗୁନିଆପଡା : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ର ନବନିର୍ବାଚିତ ସରପଞ୍ଚ ଶ୍ରୀମତୀ ନୀଳେନ୍ଦ୍ରୀ ସେଠୀ ଆଜି ବିଧିବଦ୍ଧ ଭାବେ ଦାୟିତ୍ୱଭାର ଗ୍ରହଣ କରିଛନ୍ତି । ସରପଞ୍ଚ ଶ୍ରୀମତୀ ସେଠୀ ଙ୍କୁ ପି ଇ ଓ ସୁଦୁରୁ ସାହୁ, ଜି ଆର୍ ଏସ୍, କମଳ କାନ୍ତ ମୁଦୁଲି, ଯୋଗାଣ ସହାୟକ ଜିତେନ୍ଦ୍ର ପଟ୍ଟନାୟକ, ପିଅନ କୃଷ୍ଣଚନ୍ଦ୍ର ଡାକୁଆ ପ୍ରମୁଖ ପୁଷ୍ପ ଗୁଚ୍ଛ ଦେଇ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏଥିସହିତ ପି ଇ ଓ
ଶ୍ରୀ ସାହୁ ସରପଞ୍ଚ ଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ ବୁଲାଇ ଦେଖାଇଥିଲେ ଏବଂ ସରପଞ୍ଚ ଦାୟିତ୍ଵ ଗ୍ରହଣ କରିଥିଲେ । ଏଥିସହିତ ସରପଞ୍ଚ ଙ୍କ ପକ୍ଷରୁ ମଧ୍ଯ ପଞ୍ଚାୟତ ର ସମସ୍ତ କର୍ମକର୍ତ୍ତା ମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବଦ୍ଧିର୍ତ ଜଣାଇଥିଲେ । ସୂଚନା ମୁତାବକ ସରପଞ୍ଚ ଶ୍ରୀମତୀ ସେଠୀ ତାଙ୍କ ସମର୍ଥକମାନଙ୍କ ମାନଙ୍କ ସହ ବାଣ ଫୁଟାଇ, ବାଜା ବଜାଇ ଏକ ଶୋଭାଯାତ୍ରା ରେ ଆସି ଠାକୁରଙ୍କ ପାଖରେ ପୂଜା ଅର୍ଚ୍ଚନା କରି ପଞ୍ଚାୟତ ଭିତରେ ପ୍ରବେଶ କରିଥିଲେ । ଏଥିରେ ପୂର୍ବତନ ସରପଞ୍ଚ ଶ୍ରୀ ସତ୍ୟନାରାୟଣ ସାହୁ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଭ୍ରମରବର ଭୂୟାଁ, ପୂର୍ବତନ ସମିତିସଭ୍ଯ ଶ୍ରୀ ନାରାୟଣ ସୁମନ୍ତରାୟ, ଯୁବନେତା ତଥା ସମାଜସେବୀ ଏବଂ ବ୍ୟବସାୟୀ ଶ୍ରୀ ପ୍ରଶାନ୍ତ କୁମାର ପାତ୍ର ସମେତ ବହୁ କର୍ମକର୍ତ୍ତା ଏବଂ ସମର୍ଥକ ମାନେ ଉପସ୍ଥିତ ଥିଲେ । ଶେଷରେ ସରପଞ୍ଚ ଏବଂ ତାଙ୍କର ସମର୍ଥକ ମାନେ ଦଣ୍ଡପାଣି ସୁମନ୍ତରାୟ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିବା ସହ ସରପଞ୍ଚ ସାଇକେଲ ଷ୍ଟାଣ୍ଡ୍ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ।

LEAVE A REPLY

Please enter your comment!
Please enter your name here