ଘର ଉପର କୁ ଚଢ଼ିଗଲା ଟ୍ରକ, ଅଳ୍ପକେ ବର୍ତିଲେ ଦୁଇ ପରିବାର

0
254

କୁକୁଡାଖଣ୍ଡି :ଶୋଇଥିବା ବେଳେ ହଠାତ ଘର ଉପରେ ମାଡିଗଲା ଟ୍ରକ ମୃତୁ ମୁହଁ ରୁ ବର୍ତିଲେ ଦୁଇଟି ପରିବାର..ସଦର ଥାନା ଅନ୍ତର୍ଗତ କୁକୁଡ଼ାଖଣ୍ଡି ବ୍ଲକ ଲାଞ୍ଜିଆ ଗ୍ରାମର ଗୋପାଳ ସମାଜ ସଭା ଗୃହ ସମ୍ମୁଖରେ ଶନିବାର ବିଳମ୍ବିତ ରାତି ଦୁଇଟା ସମୟରେ ଦୁଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁଇଟି ଟ୍ରକ (ଓ଼ଆର14ଏଲ8154)ମୁହାଁମୁହିଁ ଧକ୍କା ହୋଇ ଏକ ଅଟୋ କୁ ଧକ୍କା ଦେଇ ଟ୍ରକଦ୍ବୟ ଉଭୟ ପଟରେ ଥିବା ଘର ଭିତରେ ପଶିଯାଇଥିଲା.. ଦ୍ରୁତ ଗତିରେ ବ୍ରହ୍ମପୁର ଓ ଦିଗପହଣ୍ଡି ଅଭିମୁଖରୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଲାଞ୍ଜିଆ ନିକଟରେ ରାସ୍ତା ପାର୍ଶ୍ଵ ରେ ଦୁଇଟି ଘର ଉପରକୁ ମାଡ଼ି ଯାଇଥିଲା । ଟ୍ରକ ଗାଡି ର ହେଲ୍ପର ର ଗୋଟିଏ ଗୋଡ଼ କଟି ଯାଇଥିବା ସୂଚନାମିଳିଥିବା ବେଳେ । ଗୁରୁତର ହେଲ୍ପର ଓ ଉଭୟ ଦୁଇ ଟ୍ରକ ର ଚାଳକ ଙ୍କୁ ବଡ଼ ମେଡ଼ିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଛି ।ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଚଳାଇଛି..ଦୀର୍ଘ ସମୟ ଧରି ବ୍ରହ୍ମପୁର -ଦିଗପହଣ୍ଡି ରାସ୍ତାରୋକ କରିଛନ୍ତି ଗ୍ରାମବାସୀ.. ଉଭୟ ପଟେ ବହୁ ଯାନବାହାନ ରହିଥିବା ବେଳେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା..ଦୁଇଟି ପରିବାର ବିପଦ ମୁହଁରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି..ସଦର ଥାନା ପୋଲିସ ଓ କୁକୁଡାଖଣ୍ଡି ତହସିଲଦାର କଲ୍ୟାଣୀ ସଙ୍ଘମିତ୍ରା ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ରାସ୍ତା ରୋକ ଜାରିରହିଛି

ରିପୋର୍ଟ :ନ୍ୟୁଜଏକ୍ସଟ୍ରା ବ୍ୟୁରୋ

LEAVE A REPLY

Please enter your comment!
Please enter your name here