ବିପଦର ବନ୍ଧୁ ପକ୍ଷରୁ ସିଲେଇ ମେସିନ୍ ଓ ପାଠ୍ୟପୁସ୍ତକ ପ୍ରଦାନ

0
332

ବେଗୁନିଆପଡା : ଗତକାଲି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତ ମୁଣ୍ଡୁଳା ଗ୍ରାମର ସୁକୁମାରୀ ପ୍ରଧାନ ଙ୍କ ପରିବାରକୁ ସାହାଯ୍ୟ ର ହାତ ବଢାଇଲା ସ୍ଵେଚ୍ଛାସେବୀ ଅନୁଷ୍ଠାନ ବିପଦର ବନ୍ଧୁ, ଓଡିଶା । ସୁକୁମାରୀଙ୍କ ଉପରେ ୧୮ ବର୍ଷର ଗୋଟେ ବଢିଲା ଝିଅ ୧୨ବର୍ଷ ର ଗୋଟେ କୁନି ପୁଅ ର ବୋଝ । ସ୍ଵାମୀ ଆରପାରିକୁ ଚାଲିଯାଇଛନ୍ତି । ସୁକୁମାରୀ ପରର ମୁଲ ଲାଗି ଯାହା ଆଣନ୍ତି ଦୁଃଖ କଷ୍ଟରେ ପରିବାର ଚଳାଉଛନ୍ତି । ଏହି ଅସମୟରେ ବିପଦର ବନ୍ଧୁ,ଓଡିଶା ସାହାଯ୍ୟ ର ହାତ ବଢ଼ାଇଛି । ସୁକୁମାରୀ ଙ୍କ ପରିବାର କୁ ସ୍ୱାବଲମ୍ବୀ କରିବା ପାଇଁ ଏବଂ ତାଙ୍କ କୁନି ପୁଅ ର ପାଠପଢା ପାଇଁ ଗତକାଲି ଅନୁଷ୍ଠାନ ର ସଦସ୍ୟ ଗୌରହରି ପୋଲାଈ, ଚିନ୍ମୟ ଦଳେଇ, ପୁଷ୍ପାଞ୍ଜଳି ବିଶ୍ୱାଳ,ଜିତେନ୍ଦ୍ର ରାଉତ, କାହ୍ନା ପ୍ରଧାନ ପ୍ରମୂଖ ଏକ ସିଲେଇ ମେସିନ୍ ସହ ପାଠ୍ୟ ପୁସ୍ତକ ଉପକରଣ ପ୍ରଦାନ କରିଛନ୍ତି । ଏଥି ସହିତ କୁନି ପୁଅର ପଢ଼ା ଦାୟିତ୍ୱ ଅନୁଷ୍ଠାନ ପକ୍ଷରୁ ନେଇଥିବା ପ୍ରକାଶ କରିଛନ୍ତି ସଦସ୍ୟ ମାନେ । ବିପଦର ବନ୍ଧୁ ଅନୁଷ୍ଠାନ ର ଏହି ମହତ୍ କାର୍ଯ୍ୟ ପାଇଁ ଅଞ୍ଚଳ ବାସୀ ମାନେ ପ୍ରସଂଶା କରିଛନ୍ତି ।।

LEAVE A REPLY

Please enter your comment!
Please enter your name here