ସ୍ବର୍ଗତ ଶିକ୍ଷକଙ୍କ ପରିବାରକୁ ଆର୍ଥିକ ସହାୟତା

0
545

ବୁଗୁଡା (ନ୍ୟୁଜଏକ୍ସଟ୍ରା)ବୁଗୁଡା ବ୍ଲକ ଅନ୍ତର୍ଗତ ଗଲିଆ ପାଞ୍ଚାୟତର କୁଶପଲ୍ଲୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଟି.ମୁରଲୀଙ୍କ ଗତ ମଇ ୧୨ ତାରିଖ ଦିନ ୩୧ ବର୍ଷ ବୟସ ରେ ବ୍ରହ୍ମପୁର ବଡ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଗମନ ହୋଇଥିଲା। ଆଜି ଅର୍ଥାତ ମଇ ୧୪ ତାରିଖ ଦିନ ବୁଗୁଡା ବିଇଓ ଙ୍କ ପ୍ରତିନିଧି ଭାବେ ଅନ୍ତରପଡ଼ା ସିଆରସିସି ରାଜେଶ ସାହୁ ଓ ୨୦୧୧ ବ୍ୟାଚ ନୂତନ ପେନସନ ଭୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦଙ୍କ ପ୍ରତିନିଧି ଭାବେ କୁଶପଲ୍ଲୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ସନାତନ ପ୍ରଧାନ ସ୍ବର୍ଗତ ଟି.ମୁରଲୀଙ୍କ ପୈତୃକ ଗ୍ରାମ ଗୋପାଳପୁର ସହରର ବାସଭବନକୁ ଯାଇଥିଲେ। ଏହି ଦୁଇଜଣ ଶିକ୍ଷକ ସ୍ବର୍ଗତ ଟି.ମୁରଲୀ ଙ୍କ ଧର୍ମପତ୍ନୀ କେ.ନାଗ ଭାସଭି ଙ୍କୁ ଭେଟି ବିଇଓ ଅଫିସ ପକ୍ଷରୁ ୫ ହଜାର ଟଙ୍କାର ଏକ ଚେକ ଓ ୨୦୧୧ ବ୍ୟାଚ ଶିକ୍ଷକ ସମାଜ ପକ୍ଷରୁ ୪୦ ହଜାର ଟଙ୍କାର ଅନ୍ୟ ଏକ ଚେକ ପ୍ରଦାନ କରିଥିଲେ। ବିଇଓ ଅଫିସ ଓ ଶିକ୍ଷକ ସମାଜ ପକ୍ଷରୁ ରାଜେଶ ସାହୁ ଓ ସନାତନ ପ୍ରଧାନ ସମବେଦନା ଜଣାଇବା ସହ ସାହାସ ପ୍ରଦାନ କରିଥିଲେ।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here