ଫୋଟ ଷ୍ଟୁଡିଓ ରୁ ଚୋରି , ୩ ଗିରଫ

0
458

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ସ୍ଥିତ ମା ମାଣିକେଶ୍ୱରୀ ଫୋଟ ଷ୍ଟୁଡିଓ ରୁ ସୋମବାର ଦିନ ତିନି ଜଣ ଯୁବକ ଦୋକାନ ମାଲିକ ଙ୍କୁ ବିଭ୍ରାନ୍ତ କରି ଦୋକାନ କାଉଣ୍ଟର ଉପରେ ଥିବା ନିକନ କମ୍ପାନୀ ର D7000 କ୍ୟାମେରା କୁ ନେଇ ଚମ୍ପଟ ମାରିଥିଲେ । କିଛି ସମୟପରେ ଦୋକାନ ମାଲିକ ପ୍ରଣବ ପଟନାୟକ ନିଜ କ୍ୟାମେରା କୁ ନପାଇ ତୁରନ୍ତ ନିଜ ସି ସି କ୍ୟାମେରା ରୁ ଚୋରି ହୋଇଥିବା ଭିଜୁଆଲ କୁ ନେଇ କୋଷାଗୁମୁଡ଼ା ଥାନାରେ ଏକ ଚୋରି ହୋଇଥିବା ନେଇ ଏତଲା ଦେଇଥିଲେ । ତା ପରେ ଦୋକାନ ମାଲିକ ନିଜେ ଚୋରି ଭିଜୁଆଲ କୁ ସୋସିଆଲ ମିଡିଆ ରେ ଭାଇରଲ କରିଥିଲେ । ଏହି ଭାଇରଲ ଭିଡ଼ିଓ କୁ ବିଭିନ୍ନ ହ୍ଵାଟସଅପ ଗୃପ ରେ ସେର କରିବା ଦ୍ୱାରା ଦୋକାନ ମାଲିକ ଙ୍କ କୌଣସି ବନ୍ଧୁ ଙ୍କ ଫୋନ କୋଲ ମଙ୍ଗଳବାର ଦିନ ସକାଳେ ଆସିଥିଲା କି , ଭିଜୁଆଲ ରେ ଥିବା ତିନି ଜଣ ଯୁବକ ଭଳି ନବରଙ୍ଗପୁରର କିଛି ଷ୍ଟୁଡ଼ିଓ ଗୁଡ଼ିକୁ ବୁଲୁଛନ୍ତି , ଯାହାକୁ ମୁଁ ଦେଖିଛି, ଆପଣ ତୁରନ୍ତ ଆସିବାକୁ ବନ୍ଧୁ ଜଣକ କହିଥିଲେ । ଏହି ବିଷୟ ଶୁଣି ଷ୍ଟୁଡିଓ ମାଲିକ ସାଙ୍ଗେ ସାଙ୍ଗେ ପୋଲିସ କୁ ଖବର ଦେଇଥିଲେ । ପୁଲିସ ଖବରପାଇ ସଙ୍ଗେ ସଙ୍ଗେ ସେହି ତିନି ଯୁବକ କୁ ଧରି କୋଷାଗୁମୁଡ଼ା ଥାନାକୁ ନେଇ ଆସିଥିଲେ । ସେହି ତିନି ଜଣ ପ୍ରକୃତ ଚୋର ବୋଲି ଜଣା ପଡିଥିଲା । ସେହି ତିନି ଜଣ ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ପାତ୍ରୀ ଗ୍ରାମ ର ବୋଲି ଜଣାପଡିଛି । ସେମାନେ ହେଲେ , ଦେବାଶିଷ ନାୟକ, ଶତୃଘନ ବିନ୍ଧାଣି ଓ ପ୍ରସାଦ ହରିଜନ । ସମସ୍ତ ଙ୍କ ବୟସ ୧୫ରୁ ୨୦ ବର୍ଷ ବୋଲି ଅନୁମାନ କରାଯାଉଛି । ଏହି ତିନି ଜଣ ଅଭିଯୁକ୍ତ ମାନଙ୍କ ନାମ ରେ କୋଷାଗୁମୁଡ଼ା ଥାନା କେସ ନମ୍ବର ୨୦୫/୨୧ରେ ମାମଲା ରୁଜ୍ଜୁ କରି ୩୭୯ ଦଫାରେ ନବରଙ୍ଗପୁର କୋର୍ଟ ଚାଲାଣ କରିଛି । ଏହି କେସ ର ତଦନ୍ତ କାରୀ ଅଫିସର ଏ, ସ ,ଆଇ, ବ୍ୟାସ କୁମାର ଯାନୀ ଓ ଏସ ,ଆଇ, ଆଲୋକ ପ୍ରସାଦ ଭୋଇ ଥିବାବେଳେ ଭାରପ୍ରାପ୍ତ ଥାନାଧିକାରୀ ସରିତା ମହାପାତ୍ର ଅଛନ୍ତି । ଏହି ଘଟଣା ପରେ କୋଷାଗୁମୁଡା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here