ଗଜପତି ମାଟିରେ ଗଜପତି ରାଜାଙ୍କ ଜମି ସରକାରୀ ବାବୁ କରିଛନ୍ତି ଜବରଦଖଲ

0
363

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ନିକଟସ୍ଥ ବେତାଗୁଡା ୩ୟ ଓ ଏସ ଟି ବାଟାଲିୟନ ପରିସର ରେ ମହାରାଜା ଙ୍କ ଜାଗାକୁ ବିନା ଅନୁମତିରେ ସରକାରୀ ଜମି ସହ ମହାରାଜାଙ୍କ ଜମି ଅଧିକାର କରିନେଇଥିବା ଅଭିଯୋଗ।  ସରକାରୀ କ୍ଷମତା କୁ ବ୍ୟବହାର କରି ନିଜ ଅହଂ ଭାବ ଏବଂ ନିଜର ପୋଷାକ ର ଅଧିକାର ଓ ଗର୍ବରେ ଏଭଳି କାର୍ଯ୍ୟ ପାଇଁ ସାହାସ ଯୁଟାଉଛନ୍ତି କି କମାଣ୍ଡେଣ୍ଟ ସାହେବ,  ବେସାହାରା ହୋଇପଡିଛନ୍ତି କି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଦାୟାଦ ? ଏଭଳି ଘଟଣା ସାମ୍ନାକୁ ଆସିଛି ଗଜପତି ଜିଲ୍ଲା ୩ୟ ଓଏସ ଏପି ବାଟାଲିୟନ ପରିସରରେ। ରଜଜେମା କଲ୍ୟାଣୀ ଗଜପତିଙ୍କ ଅଭିଯୋଗ ପରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜମି ଜବରଦଖଲ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଜବରଦଖଲ କରିଛନ୍ତି ଓଏସ ଏପିର ୩ୟ ବାଟାଲିୟନର କମାଣ୍ଡେଣ୍ଟ ଜୁରିଆ ବେହେରା। ଏନେଇ ବାରମ୍ବାର ଜଣାଇବା ପରେ ମଧ୍ୟ ଜବରଦଖଲରୁ ହଟି ନଥିଲେ  ଅଧିକାରୀ ଜଣକ। ଓଲଟି ଧମକ ଚମକ ଦେଉଥିଲେ ଅଧିକାରୀ ଜଣକ। ରାଜ ଜେମା କଲ୍ୟାଣୀ ଦେବୀଙ୍କ ଲିଖିତ ଅଭିଯୋଗ ପରେ ରାଜାଙ୍କ ଜମି ସରିହଦ ସ୍ପଷ୍ଟ କରିଥିଲା ରାଜସ୍ଵ ବିଭାଗ। ଆଜି ଘଟଣାସ୍ଥଳରେ ଉପସ୍ଥିତ ରହି ମେସିନ୍ ଲଗାଇ ଜବରଦଖଲ ଉଚ୍ଛେଦ କରିଛନ୍ତି ନିଜେ କଲ୍ୟାଣୀ ଦେବୀ। ଜମି ଜବରଦଖଲକୁ ନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଏଥିରୁ ହଟୁନଥିଲେ ଅଧିକାରୀ ଜଣକ। ତେବେ ଜମି ଜବରଦଖଲ  ପଛରେ ଅଧିକାରୀ ଜଣକଙ୍କ ଉଦ୍ଦେଶ୍ୟ କ’ଣ ତାହା ସ୍ପଷ୍ଟ ହେଉନାହିଁ। ଅପରପକ୍ଷରେ ପାରଳାଖେମୁଣ୍ଡି OSAP 3rd SS ବାଟାଲିୟନର ଡେପୁଟି କମାଣ୍ଡେଣ୍ଟ ଜୁରିଆ ବେହେରାଙ୍କ ବିରୋଧରେ ବଢ଼ି ଚାଲିଛି ସଙ୍ଗିନୀ ଅଭିଯୋଗର ଲମ୍ବା ତାଲିକା ।
କ୍ଷମତା ଅପବ୍ୟବହାର କରି ବାଟାଲିୟନର ଯବାନମାନଙ୍କୁ ପାହାଡ଼ର ମାଟି ଖୋଳା ଠାରୁ ଆରମ୍ଭ କରି ପଥର ଫଟାଇ ସମତଳ ଭୂମି କରିଛନ୍ତି ପାହାଡିଆ ଅଞ୍ଚଳ। ସେଠାରେ ପୋଖରୀ ନିର୍ମାଣ ସହ ବଗିଚା ସୃଷ୍ଟି କରିଛନ୍ତି କମାଣ୍ଡେଣ୍ଟ ମହୋଦୟ। ବଗିଚାର ମଧ୍ୟ ସ୍ଥାନରେ ବ୍ୟୟବହୁଳ ରେସିଡେଣ୍ଟ କାର୍ଯ୍ୟାଳୟ ନିର୍ମାଣ କରି ସେଠାରୁ ଯବାନମାନଙ୍କୁ ଏକର ଏକର ଜମିରେ ନିଜ ଇଚ୍ଛା ଅନୁସାରେ ରାସ୍ତା ଓ ଗଛ �

LEAVE A REPLY

Please enter your comment!
Please enter your name here