ବିମାନ ବନ୍ଦର ସ୍ଥାପନ ନେଇ ବିଜିପୁର ଛକରେ ଷଷ୍ଠତମ ପଥପ୍ରାନ୍ତ ସଭା ଓ ପୋଷ୍ଟକାର୍ଡ ଅଭିଯାନ

0
271

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା) ବ୍ରହ୍ମପୁର ଠାରେ ବିମାନ ବନ୍ଦର ସ୍ଥାପନ ନେଇ ସ୍ଥାନୀୟ ବିଜିପୁର ଛକଠାରେ ଆଜି ଷଷ୍ଠ ତମ ପଥପ୍ରାନ୍ତ ସଭା ଓ ପୋଷ୍ଟକାର୍ଡ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି l ବିଜିପୁରର ବହୁ ବ୍ୟବସାୟୀ ସ୍ୱତଃ ପ୍ରବୃତ୍ତଭାବେ ଏହି ଅଭିଯାନରେ ସାମିଲ ହୋଇ ସହଯୋଗ କରିଛନ୍ତି l ଗଞ୍ଜାମ ଜିଲ୍ଲା ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ବିରୋଧରେ ପ୍ରବଳ ଜନ ଅସନ୍ତୋଷ ସୃଷ୍ଟି ହୋଇଛି l ଆଜିର ଏହି ଅଭିଯାନରେ ମିଳିତ କ୍ରିୟାନୁଷ୍ଠାନ କମିଟି ର ଆବାହକ ରାଜେନ୍ଦ୍ର ପଣ୍ଡା,ସହଆବାହକ ଅବନୀ ଗୟା,ଏସ.ପ୍ରକାଶ ଚନ୍ଦ୍ର ପାତ୍ର,ଡ଼ଃ. ବିଜୟ ପାଣିଗ୍ରାହୀ,ଡ଼ଃ. ଡମ୍ବୁରୁ ଧର ସାହୁ, ବିଶ୍ଵାଦେବ,ଗଗନ ମଲ୍ଲିକ, ବାସୁଦେବ ସାହୁକାର, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ରମେଶ ଚନ୍ଦ୍ର ବେହେରା,ଶ୍ରୀକାନ୍ତ ପଣ୍ଡା, କlହ୍ନl ପାଣିଗ୍ରାହୀ, କ୍ରିଷ୍ଣା ରାଓ,ବଂଶୀଧର ଭୂୟାଁ, ଏସ.ଶାମ୍ବାଶିବା ରାଓ,ଶ୍ରୀବଛ ସାହୁ ପ୍ରମୁଖ ପରିଚାଳନା କରିଥିଲେ l

LEAVE A REPLY

Please enter your comment!
Please enter your name here