ବୁଗୁଡା ବ୍ଲକରେ ସାଂସଦ ଓ ବିଧାୟକଙ୍କ ନିର୍ବାଚନ ପ୍ରଚାର

0
250

ବୁଗୁଡା : ବୁଗୁଡା ବ୍ଲକ ଅନ୍ତର୍ଗତ ୪୧ ଓ ୪୩ ନମ୍ବର ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଏବଂ ବିଜେଡି ସମର୍ଥୀତ ସରପଞ୍ଚ ଓ ସମିତି ମେମ୍ବର ମାନଙ୍କ ପାଇଁ ଫେବୃଆରୀ ୧୫ ତାରିଖ ଦିନ ସାଂସଦ ଓ ବିଧାୟକ ନିର୍ବାଚନ ପ୍ରଚାର କରିଥିଲେ। ଆସିକା ଲୋକସଭା ସଦସ୍ୟା ପ୍ରମିଳା ବିଷୋୟୀ ଓ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ୪୧ ଓ ୪୩ ନମ୍ବର ଜୋନ ବିଜୁ ଜନତା ଦଳ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ସମିତା ସ୍ବାଇଁ ଓ ଚାନ୍ଦିନୀ ନାୟକ ଙ୍କ ପାଇଁ ପ୍ରଚାର କରିବା ସହ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ। ସାଂସଦ ଶ୍ରୀମତୀ ସ୍ବାଇଁ ଓ ବିଧାୟକ ଶ୍ରୀ ସାହୁ ୪୧ ନମ୍ବର ଜୋନର ଏ.କରଡ଼ାବାଡ଼ି, କଳମ୍ବ ଓ ଅନ୍ତରପଡା ପଞ୍ଚାୟତ ଏବଂ ୪୩ ନମ୍ବର ଜୋନର ଗୋଲିଆ, ଭାମସ୍ୟାଳି ଓ ବିରଞ୍ଚିପୁର ପଞ୍ଚାୟତରେ ପ୍ରଚାର କରିଥିଲେ। ଜିଲ୍ଲା ପରିଷଦ ଦୁଇ ପ୍ରାର୍ଥୀନୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିବା ସହ ସମସ୍ତ ପଞ୍ଚାୟତରେ ବିଜେଡି ସମର୍ଥୀତ ସରପଞ୍ଚ ଓ ସମିତି ମେମ୍ବର ପ୍ରାର୍ଥୀ ଓ ପ୍ରାର୍ଥୀନୀ ମାନଙ୍କୁ ମଧ୍ୟ ଭୋଟ ଦେବାକୁ ନିବେଦନ କରିଥିଲେ। ପ୍ରଚାର କାର୍ଯ୍ୟରେ ସାଂସଦ ଓ ବିଧାୟକ ଙ୍କ ସହ ଦୁଇ ଜିଲ୍ଲା ପରିଷଦ ପ୍ରାର୍ଥୀନୀ, ସମସ୍ତ ଛଅ ଗୋଟି ପଞ୍ଚାୟତର ସରପଞ୍ଚ ଓ ସମିତି ମେମ୍ବର ପ୍ରାର୍ଥୀ ଓ ପ୍ରାର୍ଥୀନୀ ବୃନ୍ଦଙ୍କ ସମେତ ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା ଓ ବିଜେଡି କର୍ମୀ ଓ ସମର୍ଥକ ଯୋଗଦେଇଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here