ତାଳସର ପଞ୍ଚାୟତ ରେ ଏମ୍ ଏ, ବି ଇ ଡି ପଢୁଆ ଯୁବକ ସରପଞ୍ଚ ପ୍ରାର୍ଥୀ

0
294

ବେଗୁନିଆପଡା : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ତାଳସର ପଞ୍ଚାୟତ ୧୬ ଟି ୱାର୍ଡ଼ ଏବଂ ଆଠ ଗୋଟି ରାଜସ୍ଵ ଗାଁ କୁ ନେଇ ଗଠିତ ।ଏହି ପଞ୍ଚାୟତର ମହିଳା ଭୋଟର ସଂଖ୍ୟା ୨୩୫୪ ହୋଇଥିବା ବେଳେ ପୁରୁଷ ଭୋଟର ସଂଖ୍ୟା ୨୬୯୧ ଏବଂ ଅନ୍ୟାନ୍ୟ ଭୋଟର ସଂଖ୍ୟା ୧ ସମୁଦାୟ ଭୋଟରଙ୍କ ସଂଖ୍ଯା ହେଲା ୫୦୪୬ । ଏହି ପଞ୍ଚାୟତରେ ତିନି ଜଣ ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ବେଳେ ତାଙ୍କ ଭିତରେ ଅନ୍ୟତମ ହେଉଛନ୍ତି ଏମ୍ ଏ, ବି ଇ ଡି( MA, BED) ପଢୁଆ ଯୁବକ ଶ୍ରୀ ଶ୍ରୀକାନ୍ତ ଜେନା । ଶ୍ରୀ ଜେନା ଏ ଅଞ୍ଚଳର ଜଣାଶୁଣା ରାଜନେତା ତଥା ବେଗୁନିଆପଡା ବ୍ଲକ କଂଗ୍ରେସର ସଭାପତି ଭବାନୀ ପ୍ରସାଦ ଜେନା (ବୁଲା) ଙ୍କ ସେ ଜ୍ୟେଷ୍ଠ ପୁତ୍ର ଅଟନ୍ତି। ପଞ୍ଚାୟତର ସାମୁହିକ ବିକାଶକୁ ନେଇ ସେ ନିର୍ବାଚନ ରଣାଙ୍ଗନାରେ ଅବତୀର୍ଣ୍ଣ ହୋଇଥିବା କହିଛନ୍ତି । ସେ ପଞ୍ଚାୟତ ବାସୀଙ୍କ ସେବା କରିବା ନେଇ ରାଜନୈତିକ ମଇଦାନକୁ ଓହ୍ଲାଇଛନ୍ତି ।ସୂଚନା ମୁତାବକ ଅନ୍ୟ ଜଣେ ସରପଞ୍ଚ ପ୍ରାର୍ଥୀ ଜଣେ ଅବସରପ୍ରାପ୍ତ ଶିକ୍ଷକ ଅଛନ୍ତି। ଶ୍ରୀକାନ୍ତ ଗତକାଲି ତାଳସର ଗ୍ରାମର କିଛି ସାହିରେ ତାଙ୍କ କନିଷ୍ଠ ଭ୍ରାତା ହରପ୍ରସାଦ ସମେତ ବହୁ ଯୁବ ଗୋଷ୍ଠୀଙ୍କୁ ସାଙ୍ଗରେ ନେଇ ଭୋଟ୍ ଭିକ୍ଷା କରିଥିଲେ ।

LEAVE A REPLY

Please enter your comment!
Please enter your name here