ଖୋଜାପଲ୍ଲୀ ଗ୍ରାମରେ ଗୁଳିକାଣ୍ଡ ,ଯୁବକ ଗୁରୁତ୍ତର

0
852

ଖଲ୍ଲିକୋଟ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଖୋଜାପଲ୍ଲୀ ଗ୍ରାମରେ ଶନିବାର ସନ୍ଧ୍ୟାରେ ପୂର୍ବ ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି । ବ୍ୟକ୍ତି ଜଣକ ଗ୍ରାମର ନୀଳକଣ୍ଠ ପରିଡ଼ା (୩୬)। ସନ୍ଧ୍ୟା ୭ଟାରେ ସେ ଦାଣ୍ଡରେ ଛିଡା ହୋଇଥିବା ସମୟରେ ବାଇକରେ ୨ଜଣ ଦୁର୍ବୃତ୍ତ ଆସି ଅମାନୁଷିକ ଭାବେ ତାଙ୍କୁ ପଛପଟୁ ଗୁଳିମାଡ କରିଥିଲେ। ତାଙ୍କ ଅଣ୍ଟାରେ ଗୁଳି ବାଜିଥିଲା। ପ୍ରଥମେ ତାଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା ଓ ପରେ ଅବସ୍ଥା ଗୁରୁତ୍ତର ହେବାରୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଛି। ଖଲ୍ଲିକୋଟ ଥାନା ଅଧିକାରୀ ସୁନୀଲ କୁମାର ବେହେରା ଓ ଏସ୍ଆଇ ସିଲୁ ଧଳଙ୍କ ନେତୃତ୍ୱରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here