କାଳିମେଘି ପଞ୍ଚାୟତରେ ଜମୁଛି ସରପଞ୍ଚ ପ୍ରାର୍ଥୀନୀ ଅର୍ଚ୍ଚନା ଙ୍କ ନିର୍ବାଚନୀ ପ୍ରଚାର

0
284

ବେଗୁନିଆପଡା : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ କାଳିମେଘି ପଞ୍ଚାୟତରେ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀନୀ ଶ୍ରୀମତୀ ଅର୍ଚ୍ଚନା କୁମାରୀ ତ୍ରିପାଠୀ ଙ୍କ ଚାଲିଛି ଘରକୁ ଘର ବୁଲି ନିର୍ବାଚନୀ ପ୍ରଚାର ଏବଂ ପଥପ୍ରାନ୍ତ ସଭା । ଦଳୀୟ କର୍ମୀମାନଙ୍କୁ ନେଇ ଗତକାଲି କାଳିମେଘି ପଞ୍ଚାୟତ ର ଲୁହାକୋଟ, ସରଣିଆ, ଜପଟା, କୋଲଣି, ଖଲାଡ଼ି, ମାରୁଡିପଲ୍ଲୀ ଆଦି ଗ୍ରାମରେ ଘରକୁ ଘର ବୁଲି ଭୋଟ ଭିକ୍ଷା କରିଛନ୍ତି ଅର୍ଚ୍ଚନା । କାଳିମେଘି ପଞ୍ଚାୟତ ର ସର୍ବାଙ୍ଗୀନ ଉନ୍ନତି ପାଇଁ ସେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି ବୋଲି କହିଛନ୍ତି। ତାଙ୍କ ପ୍ରତି ଜନ ସମର୍ଥନ ବଢୁଥିବା ର ଦେଖିବାକୁ ମିଳିଛି । ଅନ୍ୟପଟେ ସମିତିସଭ୍ଯା ପ୍ରାର୍ଥୀନୀ ଶ୍ରୀମତୀ ନୟନୀ ଗୌଡ ଅପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚିତ ହୋଇଛନ୍ତି । ଆଜିର ଭୋଟ ଭିକ୍ଷା କାର୍ଯ୍ୟକ୍ରମ ରେ ଅର୍ଚ୍ଚନା ଙ୍କ ସ୍ଵାମୀ ସମାଜସେବୀ ବିଶ୍ଵାମିତ୍ର ତ୍ରିପାଠୀ, ସମିତିସଭ୍ଯା ନୟନୀ ଗୌଡ ସମେତ ବହୁ ନେତା, କର୍ମୀ ଏବଂ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here