ସେମିଷ୍ଟାର୍ ପରୀକ୍ଷା ଅନଲାଇନ୍ ମାଧ୍ୟମରେ କରିବା ପାଇଁ ଛାତ୍ରଛାତ୍ରୀ ଙ୍କ ଦାବୀପତ୍ର ପ୍ରଦାନ

0
263

ବେଗୁନିଆପଡା : ପାଞ୍ଚ ନମ୍ବର ସେମିଷ୍ଟାର୍ ପରୀକ୍ଷା କୁ ଅନଲାଇନ୍ ମାଧ୍ୟମରେ କରିବା ନିମନ୍ତେ ଆଜି କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଭଞ୍ଜନଗର ଉପଜିଲ୍ଲାପାଳ ଙ୍କୁ ଭେଟି ଉପଜିଲ୍ଲାପାଳଙ୍କ ମାଧ୍ୟମରେ ଓଡ଼ିଶାର ରାଜ୍ୟପାଳ ଓ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ଛାତ୍ରଛାତ୍ରୀଙ୍କ କହିବା କଥା ଯେ ପାଞ୍ଚ ନମ୍ବର ସେମିଷ୍ଟାର୍ ନିମନ୍ତେ ଅଫଲାଇନ୍ ମାଧ୍ୟମରେ ଗୋଟିଏ ମାସ ମଧ୍ୟ ଶିକ୍ଷା ଦାନ ହୋଇ ନାହିଁ ଏବଂ କରୋନା କଟକଣା ଯୋଗୁଁ ଅନ୍‌ଲାଇନ୍ ମାଧ୍ୟମରେ ସଠିକ୍ ଭାବରେ ଶିକ୍ଷାଦାନ ହୋଇପାରି ନାହିଁ । ପଚାଶ ପ୍ରତିଶତ ମଧ୍ୟ କୋର୍ସ ସରିନାହିଁ ତେଣୁ ପାଞ୍ଚ ନମ୍ବର ସେମିଷ୍ଟାର୍ ପରୀକ୍ଷା କୁ ଅନ୍‌ଲାଇନ୍ ମାଧ୍ୟମରେ କରିବା ପାଇଁ ଦାବି କରିଛନ୍ତି ଛାତ୍ରଛାତ୍ରୀ । ଏଥିରେ ରଘୁନନ୍ଦନ ପଟ୍ଟନାୟକ, ସିପୁ ଗୌଡ , ସୁନିଲ୍ ସାହୁ ,ମାନସ ରଞ୍ଜନ ମିଶ୍ର ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here