ଗଜପତି ଜିଲ୍ଲା ପୂର୍ବତନ ବିଜେପି ସଭାପତି ବିଜେଡି ରେ ଯୋଗଦାନ

0
270

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ହାଇଟେକ୍ ପ୍ଲାଜା ରେ ବର୍ତମାନ ଗଜପତି ଜିଲ୍ଲା ର ପଞ୍ଚାୟତ ନିର୍ବାଚନୀ କାର୍ଯ୍ୟାଳୟ ରେ ବିଜୁଜନତା ଦଳ ର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବିଜୁଜନତା ଦଳ ର ରାଜ୍ୟ ସମ୍ପାଦକ ଶ୍ରୀ ମାନସ ମଙ୍ଗରାଜ, ବ୍ରହ୍ମପୁର ଲୋକ ସଭା ସଦସ୍ୟ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ସାହୁ, ଜିଲ୍ଲା ସଭାପତି ପ୍ରଦୀପ କୁମାର ନାୟକ, ହାଇଟେକ୍ ମେଡିକାଲ୍ ର ଚେୟାରମେନ ତ୍ରୀପତି ପାଣିଗ୍ରାହୀ ବ୍ରହ୍ମପୁର ବିଧାୟକ ଶ୍ରୀଯୁକ୍ତ ବିକ୍ରମ ପଣ୍ଡା ଙ୍କ ଉପସ୍ଥିତି ରେ ଭାରତୀୟ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ଜିଲ୍ଲା ସଭାପତି ଜି ଭେଙ୍କଟ ରାଭଣା ତାଙ୍କ ର ସମର୍ଥକ ଙ୍କ ସହିତ ଆଜି ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ରାଜ୍ୟ ବିଜେଡି ର ସାଧାରଣ ସମ୍ପାଦକ ଙ୍କ ଦ୍ଵାରା ଉତରିୟ ପରିଧାନ କରିଥାନ୍ତି ତାଙ୍କର ସମର୍ଥକ ସିଙ୍ଗିପୁର ଗ୍ରାମ ର ବିଜେପି ନେତା ମାନଙ୍କୁ ନେଇ ସେ ବିଜେଡି ରେ ସାମିଲ ହୋଇଥିଲେ। ଏହି ମିଶ୍ରଣ ପର୍ବ କୁ ନେଇ ବର୍ତମାନ ପଞ୍ଚାୟତ ନିର୍ବାଚନ ସମୟରେ ବିଜେପି ଦଳର ଆଗ ଧାଡିରେ ଥିବା ନେତାଙ୍କର ଅନ୍ୟ ଦଳକୁ ତଥା ବିଜୁଜନତା ଦଳ ରେ ସାମିଲ ହେଲେ ତାହା ବିଜେଡି ପାଇଁ ସଫଳତା ହେବ ବୋଲି ରାଜ୍ୟ ସମ୍ପାଦକ ମାନସ ମଙ୍ଗରାଜ ନିଜର ମତ ପ୍ରକାଶ କରିଥିଲେ।ଜି ଭେଙ୍କଟ ରାଭଣା ତାଙ୍କ ମତ ଦେଇଥିଲେ ଯେ ମୋର ସଭାପତିତ୍ବରେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଗତ ସାଧାରଣ ନିର୍ବାଚନରେ ବିଧାୟକ ଶ୍ରୀଯୁକ୍ତ ନାରାୟଣ ରାଓଙ୍କୁ ବିଜେଡି ରୁ ଆଣି ବିଜେପି ଦଳର ଟିକେଟ ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ତାଙ୍କ ଅଣଦେଖା ଯୋଗୁଁ ମୁଁ ଏବଂ ମୋର ସମର୍ଥକ ଙ୍କ ସହିତ ବିଜେଡି ରେ ସାମିଲ ହେଲି। ବର୍ତମାନ ପଞ୍ଚାୟତ ନିର୍ବାଚନ ବିଗୁଲ ବାଜିବା ପର ଠାରୁ ସଦା ସର୍ବଦା ବିଜୁଜନତା ଦଳ ରେ ଜିଲ୍ଲାର ସମସ୍ତ ବ୍ଲକ୍ କୁହାଯାଉ କି ପ୍ରତ୍ୟେକ ପଞ୍ଚାୟତ ର ମଧ୍ୟ ସହ ସହ ନେତା କର୍ମୀମାନେ କଂଗ୍ରେସ ଓ ବିଜେପି ଦଳ ତ୍ୟାଗ କରି ବିଜୁଜନତା ଦଳ ରେ ସାମିଲ ହୋଇଛନ୍ତି । ଏହି ମାଳ ମାଳ ନେତା କର୍ମୀମାନଙ୍କ ସହଯୋଗରେ ଆଗକୁ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ଫଳାଫଳ ର ସମୟ ହିଁ ଜଣାପଡ଼ିବ ବୋଲି ସାଧାରଣରେ ଆଲୋଚନା ହେଉଛି। ଆଜିର ଏହି ମିଶ୍ରଣ ପର୍ବ ରେ ଦଳୀୟ କର୍ମୀ ଓ ନେତାମାନେ ସତାଧିକ ଙ୍କ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here