ବିଶିଷ୍ଟ ଶ୍ରମିକ ନେତା ଉପେନ୍ଦ୍ର ନାଥ ମିଶ୍ରଙ୍କ ସ୍ମୃତିସଭା

0
234

ବ୍ରହ୍ମପୁର: ସମାଜବାଦୀ ସଂଗଠନ ମାନବ ଅଧିକାର ସୁରକ୍ଷା ମଞ୍ଚର ପୂର୍ବତନ ସଭାପତି,ବିଶିଷ୍ଟ ଶ୍ରମିକ ନେତା ତଥା ନାଟ୍ୟ ନିର୍ଧେଶକ ଉପେନ୍ଦ୍ର ନାଥ ମିଶ୍ରଙ୍କ ଉଧେଶ୍ୟରେ ଆଜି ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଗାନ୍ଧିନଗର ଛକଠାରେ ସ୍ମୃତିସଭା ଆୟୋଜିତ ହୋଇଯାଇଛି l ଗତ ମଙ୍ଗଳବାର ଉପେନ୍ଦ୍ର ନାଥ ମିଶ୍ରଙ୍କ ନିଜ ବାସଭବନରେ ଦେହାନ୍ତ ଘଟିଛି l OSRTC କର୍ମଚାରୀ ସଂଘର ପୂର୍ବତନ ରାଜ୍ୟ ସମ୍ପାଦକ ଭାବେ ଦାୟିତ୍ୱ ନିର୍ବାହ କରିବାସହ ବ୍ରହ୍ମପୁର ସହରର ମଧ୍ୟ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସେ ଅହରହ କାର୍ଯ୍ୟ କରିଆସୁଥିଲେ I ମାନବ ଅଧିକାର ସୁରକ୍ଷା ମଞ୍ଚର ସ୍ୱାସ୍ଥ୍ୟ ଅଧିକାର ଆନ୍ଦୋଳନରେ ସେ ସକ୍ରିୟ ଭୂମିକା ଗ୍ରହଣ କରୁଥିଲେ I ଜଣେ କଳାକାର ଭାବେ ମଧ୍ୟ ସମଗ୍ର ଓଡ଼ିଶାରେ ସେ ଖୁବ ପରିଚିତି ଥିଲେ I ସ୍ୱାଧୀନତା ସଂଗ୍ରାମୀ ବାପା ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ଆଦର୍ଶମୟ ଜୀବନରେ ଗଭୀର ଭାବେ ପ୍ରଭାବିତ ହୋଇ ସେ ଜଣେ ସଚ୍ଚୋଟ ସ୍ୱାଭିମାନୀ ଆଦର୍ଶଗତ ମଣିଷ ଭାବେ ସମସ୍ତଙ୍କ ପ୍ରିୟ ଭାଜନ ଥିଲେ I ପୂଜ୍ୟ ପୂଜା ସମିତିର ସଭାପତି ବଂଶୀଧର ଭୂୟାଁ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଅଭିନୟ ଜଗତର ସମ୍ପାଦକ ତଥା କଳା ପ୍ରେମୀ ରବୀନ୍ଦ୍ର କୁମାର ନାୟକ, ଓଡିଶା ସେବା ନିବୃତ୍ତ ଶିକ୍ଷକ ଓ କର୍ମଚାରୀ ସଂଘର ରାଜ୍ୟ ସମ୍ପାଦକ ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ବିଶିଷ୍ଟ ସମାଜସେବୀ ଗଗନ ଚନ୍ଦ୍ର ମଲ୍ଲିକ, ଏସ.ସlମ୍ଭାଶିବl ରାଓ, ମଞ୍ଚ ଆବାହକ ଅବନୀ ଗୟା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l

LEAVE A REPLY

Please enter your comment!
Please enter your name here