ଏସ.ଆଇ ନାଗେଶ୍ଵରଙ୍କ କାର୍ଯ୍ୟ ଶୈଳୀରେ ସନ୍ତୁଷ୍ଟ ହେଲେ ୧୮ ନମ୍ବର ୱାର୍ଡ ଜନସାଧାରଣ

0
232

ବ୍ରହ୍ମପୁର: ମହାନଗର ନିଗମର ନଂ ୧୮ ୱାର୍ଡରେ ଦୀର୍ଘ ଦିନ ଧରି ସଫେଇ କାର୍ଯ୍ୟକ୍ରମ ହେଉନଥିବାରୁ ସାହି ବାସିନ୍ଦାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ଆସୁଥିଲେ । ଏହି ବିଷୟରେ ସାହି ବାସିନ୍ଦାମାନେ ବାରମ୍ୱାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଦୁର୍ଗନ୍ଧମୟ ଅବସ୍ତାରେ କାଳାତିପାତ କରୁଥଲେ । ବିଳମ୍ବରେ ହେଲେ ମଧ୍ୟ ଏହି ୱାର୍ଡ ସମସ୍ୟା ସମାଧାନ କରିବା ପାଇଁ ବରିଷ୍ଟ ସାନିଟାରୀ ଇନ୍ସପେକ୍ଟର ଏ.ନାଗେଶ୍ଵର ରାଓଙ୍କୁ ଦାୟିତ୍ଵ ମହାନଗର ନିଗମ କତୃପକ୍ଷ ଦେଇଥିଲେ । ଶ୍ରୀ ରାଓ ଦାୟିତ୍ଵ ନେବାର ୧୫ ଦିନ ମଧ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ୧୮ନମ୍ବର ୱାର୍ଡ ବାସିନ୍ଦାମାନେ ଭୋଗୁଥିବା ବିଭିନ୍ନ ସମସ୍ୟାର ସମାଧାନ କରିବାରେ ସକ୍ଷମ ହୋଇଥିଲେ। ଫଳରେ ସାହି ବାସିନ୍ଦା ମାନେ ଶ୍ରୀ ରାଓଙ୍କ କାର୍ଯ୍ୟଶୈଳୀକୁ ଉଚ୍ଚ ପ୍ରଶଂସା କରିବା ସହ ସାଧୁବାଦ୍ ଜଣାଇଛନ୍ତି। ପ୍ରକାଶ ଥାଉକି ଶ୍ରୀ ରାଓ ପୂର୍ବରୁ ଦାୟିତ୍ଵରେ ଥିବା ୧୭, ୧୯, ୨୦ ଓ ୨୪ ୱାର୍ଡରେ ମଧ୍ୟ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟ କରି ଜନସାଧାରଣଙ୍କ ପ୍ରିୟଭାଜନ ହୋଇପାରିଥିଲେ ।

LEAVE A REPLY

Please enter your comment!
Please enter your name here