ବିଜେଡି ଦଳୀୟ ପ୍ରଚାର କାଶୀନଗର ବ୍ଲକ ରେ ଗାଁ କୁ ଗାଁ ବୁଲି ପ୍ରଚାର ଜୋର ଧରିଛି

0
360

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ରେ ହେବାକୁ ଥିବା ତ୍ରୀସ୍ତରୀୟ ପଞ୍ଚାୟତ ଜିଲ୍ଲା ପରିଷଦ ନିର୍ବାଚନ ରେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ କାଶୀନଗର ବ୍ଲକ ଅନ୍ତର୍ଗତ କାଶୀନଗର ଜିଲ୍ଲା ପରିଷଦ ପ୍ରାର୍ଥୀ ଜନ୍ ନଂ ୧ରେ ଥିବା କାଶିନଗର ବ୍ଲକର ବୁଦୁରା ଗ୍ରାମପଞ୍ଚୟତ ର ୱାନ୍ନା ଓ ଗୌରୀ ଗ୍ରାମ ରେ ଯୁବନେତା ଇଂ ରୂପେଶ ପାଣିଗ୍ରାହୀ ,ଓ ବିଜେଡ଼ି ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ କୁମାର ନାୟକ , ଉପସ୍ଥିତ ହୋଇ କାଶିନଗର ଜୋନ -୧ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଶ୍ରୀମତି ରୋକକାମ ରାଜଲକ୍ଷ୍ମୀଙ୍କ ପ୍ରଚାର ରେ ବହୁ ନେତା କର୍ମୀମାଙ୍କୁ ନେଇ ଦଳୀୟ ପ୍ରଚାରରେ କାର୍ଯ୍ୟ କରିଥିଲେ ଏବଂ ସେହିପରି ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ର କାଶୀନଗର ବ୍ଲକ ଜନ୍ ନଂ ୨ରେ ଜିଲ୍ଲା ପରିଷଦ ସଭ୍ୟ ନିମନ୍ତେ ଆଜି କାଶିନଗର ବ୍ଲକ ଖାରଡା ଗ୍ରାମପଞ୍ଚୟ ରେ ଯୁବନେତା ଇଂ ରୂପେଶ ପାଣିଗ୍ରାହୀ ,ଓ ବିଜେଡ଼ି ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ କୁମାର ନାୟକ , ଉପସ୍ଥିତ ହୋଇ କାଶିନଗର ଜୋନ -୨ ବିଜେଡ଼ି ସମର୍ଥିତ ଜିଲ୍ଲା ପରିଷଦ ପ୍ରାର୍ଥୀ ଗାବାରା ତିରୁପତି ରାଓ ଓ ସ୍ଥାନୀୟ ସରପଞ୍ଚ ପ୍ରାଥୀ ଶ୍ରୀ ଅଖିଳ ପାତ୍ର ଙ୍କ ପାଇଁ ଦଳୀୟ ପ୍ରଚାରରେ କାର୍ଯ୍ୟ ରେ ଯୋଗ ଦେଇଥିଲା ବେଳେ ବିଜେଡ଼ି ଦଳୀୟ ପ୍ରଚାର ଗାଁ କୁ ଗାଁ ବୁଲି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଭାବମୂର୍ତ୍ତି ନୀତି ଆଦର୍ଶ ଓ ଭାରତ ର ଏକ ନମ୍ବର ମୁଖ୍ୟମନ୍ତ୍ରୀ କହି ପ୍ରଚାର କରୁଥିବା ଦେଖିବାକୁ ମିଳିଥିବା ବେଳେ ଲୋକଙ୍କ ପାଖରେ ଜନହିତକର ଯୋଜନା ଉପରେ ଲୋକଙ୍କୁ ଅବଗତ କରାଯାଉଥିବା ସହିତ ଲୋକଙ୍କ ସହ ଭେଟି ଭୋଟ ଭିକ୍ଷା କରୁଛନ୍ତି ବିଜେଡି ଦଳର ସତାଧିକ ନେତା ଓ କର୍ମୀ ପ୍ରଚାର ବୁଲିବା ରେ ଲୋକ ଙ୍କ ପାଖରେ ଆଗ୍ରହ ବଢ଼ିବାରେ ଲାଗିଛି।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here