ଲଗାଣ ବର୍ଷା ଯୋଗୁଁ ମଧ୍ୟ ରାତ୍ରୀରେ ପାହାଡ଼ର ଅତଡା ଖସିଲା

0
247

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ବଡକଳାକଟ ଗ୍ରାମ ପଞ୍ଚାୟତର ଜାଙ୍ଗିଡିତୁଲ ଗ୍ରାମରେ ଲଗାଣ ବର୍ଷା ଯୋଗୁଁ ପାହାଡ଼ ରୁ ମାଟି ଅତଡା ଖସି ଗ୍ରାମରେ ପଶିଲା। ହେଲେ ଏଥିରେ କାହାର ଜୀବନ ହାନୀ ହୋଇନଥିଲେ ମଧ୍ୟ ଅନେକ ଘରଦ୍ବାର ଭାଙ୍ଗିଯାଇଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ବଡକଳାକୋଟ ପଞ୍ଚାୟତ ଜାଙ୍ଗିଡିତୁଲ୍ ଗ୍ରାମରେ। ଶୁକ୍ରବାର ଠାରୁ ଏହି ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ରବିବାର ସକାଳୁ ମଧ୍ୟ ବର୍ଷାର ପରିମାଣ କମିବାର ନାଁ ଧରୁନାହିଁ। ପ୍ରବଳ ବର୍ଷା ଯାଗୁଁ ଗାଁ ନିକଟସ୍ଥ ପାହାଡ ଧସି ମାଟି ଅତଡା ଖସିଛି। ଫଳରେ ଗ୍ରାମରେ ପାଣିର ସୁଅ ଛୁଟିବା ସହ ମାଟି ଅତଡା ଖସି ଗୋଟିଏ ଘର ଭାଙ୍ଗି ଯାଇଛି। ଏତେ ବଡ ଅଘଟଣରୁ ବର୍ତ୍ତି ଯାଇଛନ୍ତି ଗ୍ରାମବାସୀ। ଏବେ ବି ଗ୍ରାମରେ  ପାଣିର ସୁଅ ଚାଲିଥିବା ବେଳେ। ଖବର ପାଇ ଘଟଣା ସ୍ଥଳରେ ପ୍ରଶାସନିକ ଅଧିକାରୀ,ପୁଲିସ୍ ଏବଂ ଅଗ୍ନିଶମ କର୍ମଚାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ତେବେ ବର୍ତ୍ତମାନ ଏହି ଗ୍ରାମରୁ   ପଞ୍ଚାୟତ କାର୍ଯ୍ୟାଳୟକୁ ସଂଯୋଗ କରୁଥିବା ରାସ୍ତାରେ ପାଣିର ସୁଅ ରହିଥିବା ବେଳେ ମାଟି ଜମି ରହିଛି। ଫଳରେ ଏହି ରାସ୍ତାରେ ଯୋଗ ଯୋଗ ବିଚ୍ଛିନ୍ନ ହେଇଛି। ପ୍ରଥମେ ଏହାକୁ ସଫା କରିବା ପରେ ଏଠାକାର ଲୋକଙ୍କୁ ଉଦ୍ଧାର କରାଯାଇ ସୋନଙ୍କୁ ଆଶ୍ରୟ ସ୍ଥଳୀରେରଖାଯିବ ବୋଲି ଗୁମ୍ମା ବିଡିଓ ସୂଚନା ଦେଇଛନ୍ତି।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here