ରାସ୍ତାକଡ ରୁ ଯୁବକର ମୃତ ଦେହ ଉଦ୍ଧାର,କାରଣ ଅସ୍ପଷ୍ଟ

0
404

ଭଞ୍ଜନଗର : ଭଞ୍ଜନଗର ଥାନା ଅଧୀନ କଇଣ୍ଡି ଗ୍ରାମର ମୁଖ୍ୟ ରାସ୍ତାକଡ ରୁ ଜଣେ ଯୁବକ ଙ୍କ ମୃତ ଦେହ ଉଦ୍ଧାର
ହୋଇଛି। ମୃତକ ହେଲେ ଚାକୁଣ୍ଡାପଲି ଗ୍ରାମର ଶିବରାମ ଗୌଡ଼ (୨୬) । ସୋମବାର ରାତ୍ର ଠାରୁ ଶିବରାମ ନିଖୋଜ ଥିବା ବେଳେ ପରିବାର ଲୋକେ ବହୁ ଖୋଜାଖୋଜି ପରେ ମଧ୍ୟ କୋୖଣସି ସନ୍ଧାନ ପାଇଁନଥିଲେ। ମଙ୍ଗଳବାର ସକାଳ ସମୟରେ କଇଣ୍ଡି ଗ୍ରାମର ରାସ୍ତାକଡ଼ରୁ ତାଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ । ଏ ନେଇ କେସ ୪ ଅନୁସାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଯାଇ ପରିବାର ବର୍ଗକୁ ହସ୍ତାନ୍ତର କରାଯାଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ଥାନା ଅଧିକାରୀ ଧୀରେଶ କୁମାର ଦାସ କହିଛନ୍ତି।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here