ଦ୍ୱାରଶୁଣି ବ୍ରାହ୍ମଣ ବନ୍ଧରେ ଭାସୁଛି ମୃତଦେହ

0
549

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା) ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ବଡ ଖଇରଖମା ପଞ୍ଚାୟତର ଦ୍ୱାରଶୁଣି ଗ୍ରାମର ବ୍ରାହ୍ମଣ ବନ୍ଧରେ ଏକ ଶବ ଭାସୁଛି। ଆଜି ଅପରାହ୍ନରେ କିଛି ଲୋକ ଏହାକୁ ଦେଖିବା ପରେ ବେଗୁନିଆପଡା ଫାଣ୍ଡିକୁ ଖବର ଦେଇଥିଲେ। ଖବର ପାଇ ବେଗୁନିଆପଡା ଫାଣ୍ଡି ଅଧିକାରୀ ଦେବଦତ୍ତ ପ୍ରିୟଦର୍ଶୀ ଘଟଣା ସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ମୃତ ବ୍ୟକ୍ତିର ପରିଚୟ ସଠିକ ଭାବେ ଜଣାପଡୁନି। ତଦନ୍ତ ପରେ ପରିଚୟ ଜଣାପଡିବ ବୋଲି ଫାଣ୍ଡି ଅଧିକାରୀ ପ୍ରକାଶ କରିଛନ୍ତି।

ରିପୋର୍ଟ :ଭଞ୍ଜ କିଶୋର ମହାରଣା

LEAVE A REPLY

Please enter your comment!
Please enter your name here