ବୁଗୁଡା ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନ ପାଇଁ ପ୍ରସ୍ତୁତି

0
285

ବୁଗୁଡା :ବୁଗୁଡା ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା ଜଣାପଡିଛି। ବୁଗୁଡା ବ୍ଲକରେ ୨୧ ଟି ଗ୍ରାମ ପଞ୍ଚାୟତ ର ବିଭିନ୍ନ ୱାର୍ଡ ପାଇଁ ଆବଶ୍ୟକ ବାଲଟ୍ ପେପର, ଭୋଟ ବାକ୍ସ, ଓ ଅନ୍ୟାନ୍ୟ ସରଞ୍ଜାମ ପ୍ରସ୍ତୁତି ପ୍ରକ୍ରିୟା ବୁଗୁଡା ବ୍ଲକ ନିର୍ବାଚନ ଅଧିକାରୀ ତନ୍ମୟ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜାନୁଆରୀ ୩୧ ତାରିଖ ଦିନ ଅନୁଷ୍ଠିତ ହୋଇଥିବା ଜଣାପଡିଛି। ସେହିପରି ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରୁ ବ୍ଲକ ନିର୍ବାଚନ ଅଧିକାରୀଙ୍କ ନିକଟକୁ ନିର୍ବାଚନରେ ନିୟୋଜିତ ହେବାକୁ ଥିବା ପ୍ରିଜାଇଡିଂ ଓ ପୋଲିଙ୍ଗ ଅଫିସରଙ୍କ ନିଯୁକ୍ତି ପତ୍ର ଆସିସାରିଥିବା ଜଣାପଡ଼ିଛି। ଯେଉଁସବୁ ଅଧିକାରୀ ଓ କର୍ମଚାରୀ ବୃନ୍ଦ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହେବେ ସେମାନଙ୍କୁ ଆସନ୍ତା ଫେବୃଆରୀ ୨ ତାରିଖ ଦିନ କୋଭିଡ ଟୀକା ବୁଷ୍ଟୋର ଡୋଜ ଦେବାକୁ ନିଷ୍ପତ୍ତି ହୋଇଛି। ଆସନ୍ତା ଫେବୃଆରୀ ୭ ତାରିଖ ଦିନ ପ୍ରିଜାଇଡିଂ ଅଫିସର ଓ ଫାଷ୍ଟ ପୋଲିଙ୍ଗ ଅଫିସର ମାନଙ୍କୁ ତାଲିମ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ପ୍ରତି ୱାର୍ଡ ପାଇଁ ମତଦାନ କେନ୍ଦ୍ର ହେଉଥିବା ଯୋଗୁଁ ବହୁ କର୍ମଚାରୀ ନିର୍ବାଚନ କାର୍ଯ୍ୟକ୍ରମରେ ନିୟୋଜିତ ହେଉଥିବା ଜଣାପଡିଛି। ଶାନ୍ତିଶୃଙ୍ଖଳା ସହ ନିର୍ବାଚନ ପରିଚାଳନା ପାଇଁ ବୁଗୁଡା ପୋଲିସ ଥାନା ପକ୍ଷରୁ ସମ୍ବେଦନଶୀଳ ଗ୍ରାମ ଗୁଡିକରେ ଫ୍ଲାଗ ମାର୍ଚ୍ଚ ଆରମ୍ଭ ହୋଇ ଯାଇଛି। ମୋଟାମୋଟି ଭାବେ କହିବାକୁ ଗଲେ ବୁଗୁଡା ବ୍ଲକ ରେ ନିର୍ବାଚନ କାର୍ଯ୍ୟ ପାଇଁ ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଛି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here