ବିଜୁ ଜନତା ଦଳରେ ସାମିଲ ହେଲେ ପ୍ରାୟ ୧୦୦ ବିଜେପି ପରିବାର

0
260

ବୁଗୁଡା : ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଳାବନ୍ଧ ଗ୍ରାମ ପଞ୍ଚାୟତର ରାମଣ୍ଡା ଗ୍ରାମରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ ସେପ୍ଟେମ୍ବର ୨୨ ତାରିଖ ଦିନ ଅନୁଷ୍ଠିତ ହୋଇଥିଲା। ଏହି ମିଶ୍ରଣ ପର୍ବରେ ରାମଣ୍ଡା ଗ୍ରାମର ପ୍ରାୟ ଏକ ଶହ ପରିବାର ବିଜେପି ତ୍ୟାଗ କରି ବିଜୁ ଜନତା ଦଳରେ ସାମିଲ ହୋଇଥିଲେ। ବିଜେଡିର ଏହି ମିଶ୍ରଣ କାର୍ଯ୍ୟକ୍ରମରେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇଥିବା ବେଳେ ବୁଗୁଡା ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା ଅଧ୍ୟକ୍ଷତା କରିଥିଲେ। ରାମଣ୍ଡା ଗ୍ରାମର ବିଜେପି ନେତା ଅଶ୍ଵିନ ନାୟକ ଓ ଟୁକୁନା ପାତ୍ରଙ୍କ ନେତୃତ୍ୱରେ ପ୍ରାୟ ଏକ ଶହ ପରିବାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ଲୋକାଭିମୁଖୀ ଯୋଜନା ଏବଂ ପୋଲସରା ବିଧାୟକ ତଥା ଶ୍ରମ ଓ ବୀମା ବିଭାଗ ମାନ୍ୟବର ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଜନସମ୍ପର୍କ ଓ ଉନ୍ନୟନ ମୂଳକ କାର୍ଯ୍ୟରେ ଆକୃଷ୍ଟ ହୋଇ ବିଜୁ ଜନତା ଦଳରେ ସାମିଲ ହୋଇଥିବା ପ୍ରକାଶ କରିଥିଲେ। ମାନ୍ୟବର ମନ୍ତ୍ରୀ ଶ୍ରୀକାନ୍ତ ସାହୁ ବିଜେଡିରେ ସାମିଲ ହୋଇଥିବା ସମସ୍ତଙ୍କୁ ସ୍ୱାଗତ କରିବା ସହ ଦଳୀୟ ଉତ୍ତରୀୟ ପ୍ରଦାନ କରି ବିଜୁ ଜନତା ଦଳରେ ସାମିଲ କରାଯିବା ଘୋଷଣା କରିଥିଲେ। କାର୍ଯ୍ୟକ୍ରମରେ ବୁଗୁଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କେ.ନୀଳମାଧବ ଆଚାରୀ, ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ବୁଗୁଡା ଏନଏସି ବିଜେଡି ସଭାପତି କେ.ତ୍ରିଲୋଚନ ଦୋରା, ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ବିଜେଡି ଜିଲ୍ଲା ସମ୍ପାଦକ ତଥା ବୁଗୁଡା ଏନଏସି ଉପାଧ୍ୟକ୍ଷାଙ୍କ ପ୍ରତିନିଧି ସୁଧାଂଶୁ ଶେଖର ପାଢ଼ୀ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତଥା ୪୧ ନଂ ଜିଲା ପରିଷଦ ସଦସ୍ୟାଙ୍କ ପ୍ରତିନିଧି ଟୁକୁନା ସ୍ବାଇଁଙ୍କ ସମେତ ବରିଷ୍ଠ କର୍ମୀ ରାମଚନ୍ଦ୍ର ନାୟକ, ସନାତନ ମହାରଣା, କାହ୍ନୁ ଚରଣ ଭୂୟାଁଙ୍କ ସମେତ ବହୁ କର୍ମୀ ଓ ଲୋକ ପ୍ରତିନିଧି ଯୋଗ ଦେଇଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here