ବୁଗୁଡା ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ଓ ଜନସଚେତନତା କାର୍ଯ୍ୟକ୍ରମ

0
244

ବୁଗୁଡା :ବୁଗୁଡା ପୋଲିସ ପକ୍ଷରୁ ୩ୟ ଦିବସ ରେ ବିଭିନ୍ନ ସମ୍ବେଦନଶୀଳ ଗ୍ରାମରେ ଫ୍ଲାଗ ମାର୍ଚ୍ଚ ସହ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ଥାନା ଇଲାକାରେ ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନ ଅବାଧ ଓ ନିରପେକ୍ଷ ସହ ଶାନ୍ତିଶୃଙ୍ଖଳା ସହ ପରିଚାଳନା ପାଇଁ ଡ଼ାକବାଜି ଯନ୍ତ୍ର ଦ୍ୱରା ପ୍ରଚାର କରାଯାଇ ଜନସାଧାରଣଙ୍କୁ ସଚେତନତା କରାଯାଇଛି। ଅପରାଧୀ ସହ ଜଡିତ ବ୍ୟକ୍ତି ମାନଙ୍କୁ ଚିହ୍ନଟ କରାଯାଇ ସତର୍କତା ଅବଲମ୍ବନ କରାଯାଇଛି। କୌଣସି ବ୍ୟକ୍ତି ବିଶୃଙ୍ଖଳା ସୃଷ୍ଟି କଲେ ତୁରନ୍ତ ପୋଲିସକୁ ଜଣାଇବା ପାଇଁ ଜନସାଧାରଣକୁ ନିବେଦନ କରାଯାଇଛି। ତୃତୀୟ ଦିବସ ରବିବାର ଦିନ ବୁଗୁଡା ପୋଲିସ ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ନେତୃତ୍ୱରେ ପୋଲିସ ଅଧିକାରୀ ଓ ପୋଲିସ ଫୋର୍ସ ବୁଗୁଡା ବ୍ଲକ ଅନ୍ତର୍ଗତ ଭଗବାନପୁର, ପାଣିକେଶ୍ବର, ଆଦିପୁର ଓ ଖୋଳଖାଳି ଗ୍ରାମରେ ଫ୍ଲାଗ ମାର୍ଚ୍ଚ ସହ ଡ଼ାକବାଜି ଯନ୍ତ୍ର ଦ୍ୱାରା ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here