ବାପୁଙ୍କ ତିରୋଧାନ ଦିବସରେ ମହାତ୍ମାଙ୍କୁ ସ୍ମରଣ କଲା ଟିମ କ୍ଲିନ ସିଟି। 4ଟି ସ୍ଥାନରେ କରାଗଲା ପ୍ରତିମୂର୍ତ୍ତ ସଫେଇ ଓ ପୁଷ୍ପମାଲ୍ୟ ଅର୍ପଣ

0
221

ବ୍ରହ୍ମପୁର: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସକୁ ସମଗ୍ର ଦେଶରେ ସହୀଦ ଦିବସ ଭାବେ ପାଳନ କରାଯାଇଛି। 1948ମସିହା ଆଜିର ଦିନରେ ବାପୁଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଆଜି ଗାନ୍ଧିଜୀଙ୍କ ୭୪ତମ ମୃତ୍ୟୁ ଜୟନ୍ତୀ ବା (ସହିଦ ଦିବସ)। ଗାନ୍ଧୀଙ୍କ ଜନ୍ମ ତିଥିକୁ ଅର୍ଥାତ ଅକ୍ଟୋବର 2ତାରିଖକୁ ଗାନ୍ଧୀ ଜୟନ୍ତୀ ଭାବେ ଆଡମ୍ବର ସହକାରେ ପାଳନ କରାଯାଉଛି। ତେବେ ଆଜିର ସହିଦ ଦିବସକୁ ଯେମିତି ପ୍ରାୟ ସମସ୍ତେ ଭୁଲିଯାଇଛନ୍ତି।
ଆଜିର ଦିନକୁ ସ୍ମରଣ କରି ଦକ୍ଷିଣଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଟିମ କ୍ଲିନ ସିଟି, ବ୍ରହ୍ମପୁର ପକ୍ଷରୁ ସହରରେ ଥିବା ଗାନ୍ଧିଜୀଙ୍କ 4ଟି ପ୍ରତିମୂର୍ତ୍ତିକୁ ସଫା କରି ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା। ଟିମ ସଦସ୍ୟ ମାନେ ସକାଳେ ଏକାଠି ହୋଇ ପ୍ରଥମେ ଷ୍ଟେସନ ରୋଡ଼ରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ସଫା କରି ଥିଲେ। ସେଠାରେ ବରିଷ୍ଠ ଆଇନଜୀବୀ ନିର୍ମଳ ସାହୁଙ୍କ ଦ୍ୱାରା ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପରେ ବିଜୁ ପଟ୍ଟନାୟକ ପାର୍କ ସମ୍ମୁଖରେ ଥିବା ମୋଚି ସାହିରେ ପରିତ୍ୟକ୍ତ ଅବସ୍ଥାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ସଫା କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପୁଣି ରାମଲିଙ୍ଗମ ଟେଙ୍କ ରୋଡ଼ରେ ଥିବା ଗାନ୍ଧୀ ପାର୍କରେ ଏବଂ ଶେଷରେ ଗାନ୍ଧୀ ନଗର ଛକରେ ଥିବା ପ୍ରତିମୂର୍ତ୍ତିକୁ ସଫା କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଆଶ୍ଚର୍ଯ୍ୟଜନକ ଭାବେ କୌଣସି ଗୋଟିଏ ସ୍ଥାନରେ ମଧ୍ୟ ପ୍ରତିମୂର୍ତ୍ତ ସଫା ଅଥବା କୌଣସି ବ୍ୟକ୍ତିବିଶେଷ ବା ସଂଗଠନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇନଥିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ନିଶ୍ଚୟ।

LEAVE A REPLY

Please enter your comment!
Please enter your name here