ଗଜପତି ଜିଲ୍ଲା ରେ ପଞ୍ଚାୟତ ନିର୍ବାଚନ ସକାଶେ ପର୍ଯ୍ୟବେକ୍ଷଙ୍କ  ପରିଦର୍ଶନ କରିଥିଲେ

0
248

ପାରଳାଖେମୁଣ୍ଡି:  ରାଜ୍ୟରେ  ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମଗ୍ର ଓଡ଼ିଶାରେ ଆଜି ପ୍ରିର୍ଥିପତ୍ର ଜାଞ୍ଚ  କରିଥିଲେ ଦାଇତ୍ୱ ରେ ଥିବା ନିର୍ବାଚନୀ ଅଧିକାରୀ। ପରିପ୍ରେକ୍ଷୀରେ ପ୍ରତିଦ୍ବନ୍ଦିତା କରିଥିବା ପ୍ରାର୍ଥିଙ୍କ  ନାମାଙ୍କନ ପତ୍ର କାର୍ଯ୍ୟକ୍ରମ ଆଜି ସରିଛି । ଏଥିଲାଗି ଗଜପତି ଜିଲ୍ଲାରେ ମଧ୍ୟ  ନାମାଙ୍କନ ପତ୍ର ସୁଚାରୁ ଭାବେ ସମାପ୍ତ ହୋଇଥିଲା। ନାମାଙ୍କନ ପତ୍ର ଦାଖଲ ଭରିବା ଶେଷ ପର୍ଯ୍ୟାୟ ସରିଛି । ଏହାର ସଠିକ ପରିଚାଳନା ପାଇଁ ରାଜ୍ୟ ନିର୍ବାଚନ ଆୟୋଗ କଡାକଡି ନିୟମାବଳୀ ପାଇଁ ନିର୍ଦ୍ଦେଶନାମା ପ୍ରଦାନ କରିଛନ୍ତି । ଏହାକୁ ପାଳନ କରିବା ପାଇଁ ଗଜପତି ଜିଲ୍ଲାକୁ ପର୍ଯ୍ୟବେକ୍ଷକ ତଥା ସ୍ୱତନ୍ତ୍ର ସଚିବ ଶ୍ରୀ ଯୁକ୍ତ ବିଶ୍ୱମୋହନ ରାୟ ଆଜି ଗଜପତି ଜିଲ୍ଲା ଗସ୍ତ କରିଥିଲେ। ନିର୍ବାଚନର ସମସ୍ତ କାର୍ଯ୍ୟକ୍ରମ  ନିୟମ ବଳି ଅନୁଯାୟୀ  ଅନୁଧ୍ୟାନ କରିଛନ୍ତି । ଆଜି ପର୍ଯ୍ୟବେକ୍ଷକ ଶ୍ରୀ ରାୟଙ୍କ ସମେତ ପାରଳାଖେମୁଣ୍ଡି ଠାରେ ଥିବା ଉପ-ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ଜିଲ୍ଲା ପରିଷଦ ସଭ୍ୟ ସଭ୍ୟାଙ୍କ ଲାଗି ନାମାଙ୍କନ ଦାଖଲ କରିଥିବା ବିଭିନ୍ନ ପ୍ରାର୍ଥି ପ୍ରାର୍ଥିନୀଙ୍କ ସମସ୍ତ ଦସ୍ତାବିଜ ତଥା ଶୃଙ୍ଖଳିତ ନିର୍ବାଚନ ପ୍ରକ୍ରିୟାର ନିର୍ଦ୍ଦେଶାବଳୀ, କୋଭିଡ୍ ଗାଇଡ୍‌ଲାଇନ ଆଦିର ଅନୁଧ୍ୟାନ କରିଥିଲେ । ଅନୁଧ୍ୟାନ ଓ ପରିଦର୍ଶନ ପରେ ଶ୍ରୀ ରାୟ ସନ୍ତୋଷ ବ୍ୟକ୍ତ କରିଥିବାର ଅନୁଭବ କରାଯାଉଛି । ପର୍ଯ୍ୟବେକ୍ଷଙ୍କ ଏହି ଗସ୍ତ  ଓ ଅନୁଧ୍ୟାନବେଳେ  ଉପଜିଲ୍ଲାପାଳ ଦିଲ୍ଲୀପ କୁମାର ମହାରଣା, ସହକାରୀ ଉପ ଜିଲ୍ଲାପାଳ ଜୁବୁଲି ଚରଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here