ଗଜପତି ଜିଲ୍ଲା ପରିଷଦ ପାଇଁ ନାମାଙ୍କନ ଦାଖଲ ଶେଷ ହେଲା

0
308

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଜି ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ନାମାଙ୍କନ ଦାଖଲର ସେଷ ଦିନରେ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଙ୍କ କାର୍ଯ୍ୟାଳୟରେ ମୋଟ ୨୦ ଜଣ ଜିଲ୍ଲା ପରିଷଦ ସଭ୍ୟ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବିଶ୍ପସ୍ତ ସୂଚନା ଅନୁସାରେ ସର୍ବମୋଟ ୫୬ଜଣବ୍ୟକ୍ତି ନାମାଙ୍କନ ଦାଖଲ କରିଥିବା ବେଳେ । ଗଜପତି ଜିଲ୍ଲା ରେ ୧୪ଗୋଟି ଜିଲ୍ଲା ପରିଷଦ ଜୋନ ଥିବା ବେଳେ ସାତ ଗୋଟି ବ୍ଲକ ଯଥା ମୋହନା, ରାୟଗଡ, ଗୁମ୍ମା, ନୁଆଗଡ ଗୋଷାଣୀ ଓ କାଶୀନଗର ବ୍ଳକର ପ୍ରାର୍ଥୀ ନିଜନିଜର ନାମାଙ୍କନ ଆତ୍ର ଦାଖଲ କରିଛନ୍ତି । ନିର୍ବାଚନ କମିଶନଙ୍କ କୋଭଡ କଟକଣାକୁ ଦୃଷ୍ଟିରେ ରଖି ପ୍ରଚାର ପ୍ରସାର ପାଇଁ କେବଳ ସୋସିଆଲ ମିଡ଼ିଆ ଛଡା କୌଣସି ସଭା ସମିତିର ଆୟୋଜନ କରିପାରିବେ ନାହିଁ ପ୍ରାର୍ଥୀ । ତେବେ ଚଳିତ ନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ପ୍ରାର୍ଥୀଙ୍କ ପାଇଁ ବଡ଼ ମୁକାବିଲା କରିବା ପାଇଁ ପଡିବ । ବିଜେପି , ବିଜେଡି ଓ କଂଗ୍ରେସର ଜିଲ୍ଲା ପରିଷଦ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି, ସେଷ ଦିନ ସୁଦ୍ଧା ମୋଟ ଆନୁମାନିକ ୫୬ ଜଣ ପ୍ରାଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଗଜପତି ଜିଲ୍ଲା ରେ ଦୁଇ ଜଣ ବିଧାୟକ ଥିବା ବେଳେ ମହୋନା ବିଧାୟକ ଶ୍ରୀଯୁକ୍ତ ଦାସରଥି ଗମାଙ୍ଗ କଂଗ୍ରେସ ଦଳର ଓ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ହେଉଛି ବିଜେପି ଦଳର ବିଧାୟକ ଶ୍ରୀଯୁକ୍ତ କେ ନାରାୟଣ ରାଓଙ୍କ ଦୁଇ ବିଧାୟକ ପ୍ରମୁଖ ଦୁଇଟି ଦଳର ଜିଲ୍ଲା ସଭାପତି ଦାୟିତ୍ୱ ରେ ଅଛନ୍ତି। ଏହି ଅବସରରେ ବିଜେଡି ଦଳର ପ୍ରାର୍ଥୀ ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୁଳକ ଯୋଜନାକୁ ପାଥେୟ କରିଥିବା ବେଳେ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କ ଦୁର୍ବଳତାକୁ ଆଧାର କରି ଭୋଟରଙ୍କ ପାଖକୁ ଯାଇ ଭୋଟ ହାତେଇବେ ବୋଲି ଆଶା ରଖିଛନ୍ତି । ତେବେ ଆଗାମୀ ଦିନରେ ନିର୍ବାଚନୀ ରଣାଙ୍ଗନରେ କିଏ ତିଷ୍ଠି ରହୁଛି ତାହା ଯାଞ୍ଚ ପ୍ରକ୍ରିୟା ଶେଷ ପରେ ସ୍ୱଷ୍ଟ ଭାବେ ଜଣାପଡିବ।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here