ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା ବୌଠକରେ ମହଙ୍ଗା ପଡିଲା ପ୍ରଶାସନକୁ; ମୁହାଁ ମୁହିଁ ହେଲେ ଗଣମାଧ୍ୟମ ପ୍ରତିନିଧି

0
260

ପାରଳାଖମେୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ-୧ ଠାରେ ସଡକ ସୁରକ୍ଷା ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଗଜପତି ଜିଲ୍ଲାପାଳ ଦାଇତ୍ୱ ରେ ଥିବା ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ କେଶରୀ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅବସରେ ଜିଲ୍ଲାର ପରିବହନ ନିୟମ କଡା କଡି କରିବା ସହିତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହେଉଥିବା ସଡକ ଦୁର୍ଘଟଣାର ଉପରେ ରକ୍ ଲଗାଇବା ଯେପରି କି ଜିଲ୍ଲାର ଦୁର୍ଘଟଣା ନିୟନ୍ତ୍ରଣ ପାଇବ ସେଉପରେ ବିସ୍ତୃତ ଭାବେ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରାଯାଇଥିଲା । ପରିବହନ ନିୟମ ମୁଖ୍ୟତଃ ମଦ୍ୟପାନ କରି ଗାଡି ଚାଳନା କଲେ ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏହି ବୈଠକରେ ସର୍ବସମ୍ମତି ଭାବେ ଆଲୋଚନା ହୋଇଥିଲା । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ଅଧିକାରୀମାନେ ଉପସ୍ଥିତ ରହି ସେମାନଙ୍କ ଅଞ୍ଚଳରେ କିପରି ଭାବେ ଯାନବାହାନ ତନଖି କାର୍ଯ୍ୟକ୍ରମ କରାଯାଉଛି ସେ ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ସେହିପରି ଯାନବାହାନ ଗୁଡିକୁ ଅଧିକ ତନଖି କରିବା ସହିତ ଦୁର୍ଘଟଣାର ସଂଖ୍ୟା ଯେପରି ନିୟନ୍ତ୍ରଣ କରାଯାଇପାରିବ ସେ ଉପରେ ମଧ୍ୟ ଦୃଷ୍ଟି ଆକର୍ଷଣ କରିବାକୁ ସଡକ ସୁରକ୍ଷା କମିଟି ବୈଠକରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା । ସଡକରେ ସୁରକ୍ଷିତ ଯାତ୍ରାପାଇଁ ସାଧାରଣ ଲୋକଙ୍କୁ ଏବଂ ଯାନବାହାନ ଚାଳକମାନଙ୍କୁ କିପରି ଆହୁରି ଅଧିକ ସଚେତନ କରାଯାଇପାରିବ ଓ ସେହି ଦିଗରେ କିପରି କାର୍ଯ୍ୟ କରାଯିବ ତାଉପରେ ମଧ୍ୟ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା , ଗତକାଲି ପରିବହନ ଓ ପୋଲିସ ବିଭାଗ ପକ୍ଷରୁ ପାରଳାଖେମୁଣ୍ଡି ସହରର ମୁଖ୍ୟ ରାସ୍ତା ଯେଉଁ ରାସ୍ତା ଦେଇ ଗଜପତି ଜିଲ୍ଲାବାସୀ ପ୍ରତ୍ୟେକ ଦିନ ମୁଖ୍ୟ ଚିକିତ୍ସାଳୟକୁ ଯାତାୟତ କରିଥାନ୍ତି ସେହି ରାସ୍ତା ରେ ପରିବହନ ବିଭାଗ ଏବଂ ପାରଳାଖେମୁଣ୍ଡି ପୁଲିସ ଙ୍କ ମିଳିତ ଆନୁକୁଲ୍ୟରେ ପରିବହନ ଅଧିକାରି ତଥା ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଦୀଲିପ କୁମାର ମହାରଣା ଙ୍କ ଉପସ୍ଥିତି ରେ ହେଲମେଟ ଚେକିଙ୍ଗ କରାଯାଇ ୪ ଲକ୍ଷ୍ୟ ରୁ ଉର୍ଦ୍ଧ ଟଙ୍କା ଫାଇନ ଆଦାୟ କରିଥିଲେ । ଉକ୍ତ ରାସ୍ତା ଦେଇ ଜିଲ୍ଲା ବାସି ମୁଖ୍ୟ ଚିକିତ୍ସାଳୟ ଦେଇ ଯାତାୟତ କରୁଥିବା ବେଳେ ଚିକ୍‌ତ୍ସାଳୟକୁ ରୋଗି ମାନେ ଚେକିଙ୍ଗରେ ପ୍ରଭାବିତ ହୋଇ ପହଁଚିପାରିନଥିବା ଗଣମାଧ୍ୟମ ପ୍ରତିନିଧିି ମାନେ ଅଭିଯୋଗ କରିଥିଲେ ଓ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ ପାରଳାଖେମୁଣ୍ଡି ମୁଖ୍ୟ ରାସ୍ତା ୩ ବର୍ଷରୁ ଅଧିକ ସମୟ ବିତିଗଲାଣି ତଥା ରାସ୍ତା କାମ ସମ୍ପୁର୍ଣ୍ଣ ହୋଇପାରୁନାହିଁ ଯାହା ଦ୍ୱାରା ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହୋଉଥିବା ସତ୍ତ୍ୱେେ , ଲୋକଙ୍କ ଠାରୁ ଫାଇନ ଆଦାୟ କରିବା ପ୍ରଶାସନର ଏଭଳି କାର୍ଯ୍ୟକୁ କୋରନା ମହାମାରୀ ସମୟରେ କେତେ ଯୁକ୍ତିଯୁକ୍ତ ବୋଲି ସାଧାରଣ ଲୋକଙ୍କ ପ୍ରଶ୍ନ କରିଛନ୍ତି ?ପ୍ରଥମେ ମୁଖ୍ୟ ସଡକ ନିର୍ମାଣ କାର୍ଯ୍ୟ ସମାପ୍ତ ହେବାପରେ ବିଭାଗୀୟ ଅଧିକାରୀ ବିଫଳ ହୋଇଥବା କ୍ଷେତ୍ରରେ ଲୋକ ଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି ଏବଂ ନିର୍ମାଣ କାର୍ଯ୍ୟ ଯେଉଁ ଅଧିକାରି କିମ୍ବା ଠିକାଦାରଙ୍କ ଦ୍ୱାରା ବାଧାପ୍ରାପ୍ତ ହେଉଛି ସେମାନଙ୍କ ଉପରେ କୈାଣସି କାର୍ଯ୍ୟାନୁଷ୍ଠାନ କ’ଣ ପାଇଁ ନିଆଯାଇନାହିଁ? ଏହି ଅବସରରେ ଆଗାମି ଦିନରେ ଏକ ଜନ ଆନ୍ଦୋଳନର ସମ୍ମୁଖିନ ହୋଇପାରେ ବୋଲି କ୍ଷବ ପ୍ରକାଶ କରିଥିଲେ ଗଣମାଧ୍ୟମର ପ୍ରତିନିଧି ମାନେ । ଏହାସହ ଉପ ଜିଲ୍ଲାପାଳଙ୍କ ଗାଡ଼ି ରେ ହିଁ ସଠିକ୍ ଭାବେ କାଗଜ ପତ୍ର ଠିକ୍ ନାହିଁ ତାଙ୍କ ଗାଡ଼ି କୁ କ’ଣ ପାଇଁ ଜରିମାନା ଆଦାୟ କରା ନଯିବ ? ବୋଲି ପ୍ରଶ୍ନ କରିଛନ୍ତି ବିଭାଗୀୟ ଅଧିକାରୀଙ୍କୁ। ସେହି ବିଭାଗୀୟ ଅଧିକାରୀ ଙ୍କ ଗାଡ଼ିର କାଗଜ ପତ୍ର ଠିକ୍ ନଥିଲେ ସେମାନଙ୍କୁ କ’ଣ ପାଇଁ ମାଫ୍ ସେମାନେ କ’ଣ ଆଇନ୍ ରୁ ଉର୍ଦ୍ଧ କି ବୋଲି ପ୍ରଶ୍ନ ମଧ୍ୟ କରିଥିଲେ । ଏହି ବିଷୟରେ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି କି ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ସହର ମଧ୍ୟରେ କିପରି ଏପରି ଚେକିଙ୍ଗ କରାଯିବ ବୋଲି ସେ ବିଷୟରେ ଆଲୋଚନା କରାଯିବା ସହ ମୁଖ୍ୟ ରାସ୍ତା ଅଧାପନ୍ତରିଆ ଭାବେ ପଡି ରହିଛି ତାହା କିପରି ଅତି ଚଞ୍ଚଳ ସମ୍ପୃକ୍ତ ହେବ ଏ ନେଇ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯିବ କହିଛନ୍ତି । ସଡକ ସୁରକ୍ଷା ବୈଠକରେ ଅନେକ ବିଭାଗର ଅଧିକାରି ମାନେ ଅନୁପସ୍ଥିତ ରହିଥିବା ଏବଂ ସେମାନଙ୍କ ଅନୁପସ୍ଥିତ ପାଇଁ ଅନେକ ଆଲୋଚନା ସଫଳ ହୋଇପାରୁନଥିବା ନେଇ ବୈଠକ ସରଗରମ ହୋଇଥିଲା । ବିଶେଷ କରି ଯେଉଁ ବିଭାଗ ମାନେ ରାସ୍ତା ନିର୍ମାଣ କାର୍ଯ୍ୟ ସହ ସମ୍ପୃକ୍ତ ରହିଛନ୍ତି ସେମାନେ ବୈଠକରେ ଉପସ୍ଥିତ ରହିବା ନିହାତି ଆବ୍ୟଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା ଏବଂ ଯେଉଁ ବିଭାଗର ଅଧିକାରି ବୈଠକରେ ଉପସ୍ଥିତ ରହୁନାହାଁନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ପ୍ରଶାସନକୁ ଅନୁରୋଧ କରାଯାଇଥିଲା । ପାରଳାଖେମୁଣ୍ଡି ପୌରପରିଷଦ ସଡକ ଉପରେ ବୁଲୁଥିବା ଗାଇ, କୁକୁର, ଘୁସୁରି ଦ୍ୱାରା ରାସ୍ତ ଅବରୋଧ ହେବା ସହ ଯାତ୍ରି ମାନେ ନାହିଁନଥିବା ଅସୁବାଧା ଭୋଗିବା, ବେଳେବେଳେ ଦୁର୍ଘଟଣା ହେଉଥିବା ଏବଂ ପାରର୍କିଙ୍ଗ ସ୍ଥାନ ନିରୁପଣ କରି ଅଟୋ ରଖିବା ପାଇଁ ଏକ ସ୍ଥାନ ପୌରପରିଷଦ ଚିହ୍ନଟ କରିବାନେଇ ଅଧିକାରିଙ୍କୁ କହିଥିଲେ । ରାସ୍ତା ନିକଟରେ ଯେଉଁମାନେ ପରିବା ଦୋକାନ ଖୋଲିଛନ୍ତି ସେମାନଙ୍କୁ ଥଇଥାନ କରିବା ନେଇ ବ୍ୟବସ୍ଥା କରିବା ନେଇ ପୌରପରିଷଦ ଅଧିକାରିଙ୍କୁ ତାଗିଦ୍ କରିଥିଲେ ଅତିରିକ୍ତ ଜିଲ୍ଲାପଳ । ଉକ୍ତ ବୌଠକରେ ଗଜପତି ଏସପି ଜୟରାମ ସତପଥି, ଉପ ଜିଲ୍ଲାପାଳ ଦିଲିପ କୁମାର ମହାରଣା, ଗୁରାଣ୍ଡି,କାଶୀନଗର ଏବଂ ରାୟଗଡର ଥାନା ଅଧିକାରୀଙ୍କ ସମେତ ବହୁ ପୁଲିସ ଅଧିକାରୀ ପଦାଧିକାରି ମାନେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here