“ମାସ୍କୋ”ଓ”କାର୍ପ୍”ଦ୍ଵାରା କୃଷକ କର୍ମଶାଳା ଅନୁଷ୍ଠିତ

0
252

ବ୍ରହ୍ମପୁର : ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ମାସ୍କୋ” ଓ “କାର୍ପ୍” ଦ୍ଵାରା କୃଷକମାନଙ୍କୁ ନେଇ ଏକ କର୍ମଶାଳା ହିଞ୍ଜିଳି ବ୍ଲକ ଅନ୍ତର୍ଗତ ଶାସନ ଆମ୍ବଗାଆଁଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମଟିକୁ “ମାସ୍କୋ”ର ସମ୍ପାଦକ ଡାକ୍ତର ରାମକୃଷ୍ଣ ସାହୁ ଉଦଘାଟନ କରି ମୃତ୍ତିକା ପରୀକ୍ଷଣ ଏବଂ ବିହନ ନିଶୋଧନ କରିବାପାଇଁ ଚାଷୀମାନଙ୍କୁ ବୁଝାଇଥିଲେ। ମୁଖ୍ୟଅତିଥି ଭାବେ ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରର କାର୍ଯକ୍ରମ ମୁଖ୍ୟ ଶ୍ରୀ ସୁଧାକର ଚନ୍ଦ୍ର ବେହେରା ଯୋଗଦେଇ ଆକାଶବାଣୀ ପକ୍ଷରୁ ଚାଷୀମାନଙ୍କ ପାଇଁ ପରିବେଷଣ ହେଉଥିବା କିଷନବାଣୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ଭାବେ ଆକାଶବାଣୀର ଉପସ୍ଥାପିକା ଶ୍ରୀମତୀ ସୁକାନ୍ତି ମହାନ୍ତୀ ଯୋଗଦେଇ ପରିବାରର ଉନ୍ନତିପାଇଁ ମହିଳାଚାଷୀ ମାନଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ ।ସମ୍ମାନିତ ଅତିଥିଭାବେ ଶ୍ରୀଯୁକ୍ତ ଦୟାନନ୍ଦ ସାହୁ,ଶ୍ରୀ ସୁନିଲ କୁମାର ସାବତ,ଶ୍ରୀମତୀ ଝିଲି କୁମାରୀ ସାହୁ,ଶ୍ରୀ ନୀଳାଞ୍ଚଳ ସାହୁ ପ୍ରମୁଖ ଉପସ୍ଥିତ ରହି “ମାସ୍କୋ” ଓ “କାର୍ପ୍” ଦ୍ଵାରା ହାତକୁ ନିଆଯାଉଥିବା କାର୍ଯକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ।ଉକ୍ତ କାର୍ଯ୍ୟକ୍ରମଟିକୁ ଶ୍ରୀ ନବଘନ ପରିଡ଼ା,ଶ୍ରୀଯୁକ୍ତ ଲିଙ୍ଗରାଜ ପରିଡ଼ା ଓ ଶ୍ରୀ ସୁଦାମ ବେହେରା ପ୍ରମୁଖ ପରିଚାଳନା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ରାଜକୁମାର ଦଳେଇ,ଶ୍ରୀ ଦୀପକ ସେଠୀ, ଶ୍ରୀ ଗୋପାଳକୃଷ୍ଣ ଦଳେଇ, ଶ୍ରୀ ଶମ୍ଭୁନାଥ ପରିଡ଼ା,ଶ୍ରୀ ଦୀପକ ବେହେରା,ଶ୍ରୀ ସୁଧିର କୁମାର ବିଶ୍ବାଳ,ଶ୍ରୀ ନିରଞ୍ଜନ ସ୍ବାଇଁ,ଶ୍ରୀ ଭଗବାନ ବିଶ୍ବାଳ, ଶ୍ରୀ ପ୍ରକାଶ ଦଳେଇ, ଶ୍ରୀ ଅଚ୍ୟୁତରାମ ସ୍ବାଇଁ ପ୍ରମୁଖ ସହଯୋଗ କରିଥିଲେ।ଏହି ଅବସରରେ ପଚାଶଜଣ ଚାଷୀ ଉକ୍ତ କର୍ମଶାଳାରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here