ବିପ୍ଲବୀ ବୀର ଚକରା ବିଷୋୟୀ ଙ୍କ ଜୟନ୍ତୀ ପାଳନ 

0
311

ଭଞ୍ଜନଗର : ଭଞ୍ଜନଗର ଏନ୍.ଏ.ସି କନଫରେନସ ହଲ ଠାରେ ଚକରା ବିଷୋୟୀ କଲଚୁରାଲ ଏକାଡେମୀ ପକ୍ଷରୁ ବିପ୍ଲବୀ ବୀର ଚକରା ବିଷୋୟୀ ଙ୍କ ଜନ୍ମ ଜୟନ୍ତୀ ପାଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଭଞ୍ଜନଗର ଉପ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସାହିତ୍ୟ ଘରର ସଭାପତି କୃତିବାସ ବିଶ୍ବାଳ ସଭାପତିତ୍ବ କରିଥିଲେ। ଏହି ଅବସରରେ ଚକରା ବିଷୋୟୀ କଲଚୁରାଲ ଏକାଡେମୀର ସଂପାଦକ ନେତାଜୀ ବିଷୋୟୀ, ଉପଦେଷ୍ଟା ଜଗବନ୍ଧୁ ଜେନା,ମନୁନନ୍ଦ ପତି, ଅନ୍ୟତମ ଉପଦେଷ୍ଟା ତଥା ସମାଜସେବୀ ଶୂଳପାଣୀ ଶତପଥୀ, ସହ ସଂପାଦକ ଡକ୍ଟର ଗୁରୁମୂର୍ତ୍ତୀ ନାୟକ,ସାଂସ୍କୃତିକ ସଂପାଦକ ଅଧ୍ୟାପକ ଅଶୋକ ସ୍ବାଇଁ ,କୋଷାଧ୍ୟକ୍ଷ ତ୍ରିନାଥ ବେହେରା, ବରିଷ୍ଠ ସଦସ୍ୟ ସୁବାସ ଚନ୍ଦ୍ର ତାରିଣୀ , ପଞ୍ଚାନନ ପାଳ, ଜଗଦିଶ ପାଣିଗ୍ରାହୀ, ରବିନାରାୟଣ ମହାନ୍ତୀ ,ଦୂର୍ଗାମାଧବ ଦାସ ,ଅନୁପମ ବାନାର୍ଜୀ  ,ସୁରେଶ ଚନ୍ଦ୍ର ସ୍ବାଇଁ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ ।  ମଞ୍ଚାସୀନ ଅତିଥି ମାନେ ଚକରା ଙ୍କ ବୀରତ୍ବ ଓ ଜୀବନୀ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ସଂପାଦକ ସନ୍ତୋଷ ଜେନାଙ୍କୁ ଚକରା ବିଷୋୟୀଙ୍କୁ ଲୋକଲୋଚନରେ ପ୍ରଚାର ପ୍ରସାରର ଗୁରୁ ଦାୟିତ୍ବ ନିମିତ୍ତ ଚଳିତ ବର୍ଷ ନିମିତ୍ତ ଚକରା ବିଷୋୟୀ ସମ୍ମାନରେ ମୁଖ୍ୟ ଅତିଥି ଉପ ଜିଲ୍ଲାପାଳଙ୍କ ଦ୍ବାରା ସମ୍ମାନିତ କରାଯାଇଥିଲା ା  ଏନ୍.ଏ.ସି ର ସମସ୍ତ କର୍ମକତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁ ପରିଚାଳନା କରିଥିଲେ ା  କାର୍ଯ୍ୟକ୍ରମ ପ୍ରାରମ୍ଭରେ ବାଇପାସ ରୋଡ ସ୍ଥିତ ଚକରାଙ୍କ ପ୍ରତିମୂର୍ତ୍ତୀରେ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ ା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସଂଗଠନ ସଂପାଦକ ବିଶ୍ବାମ୍ବର ଜେନା ା

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here