ମାଣିତରାରେ ” ମୋ ଗାଁ ରେ ତହସିଲ “

0
248

ବୁଗୁଡା( ନ୍ୟୁଜ ଏକ୍ସଟ୍ରା ) ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରାର ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ମାର୍ଚ୍ଚ ୧୯ ତାରିଖ ଶୁକ୍ରବାର ଦିନ ” ମୋ ଗାଁ ରେ ତହସିଲ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ୭୯ ଟି ଆବେଦନର ଫଇସଲା କରିଥିଲେ। ପଟ୍ଟା ପରିବର୍ତ୍ତନ ୨ ଜଣ, ଜମି କିସମ ପରିବର୍ତ୍ତନ ୮ ଜଣ, ଗ୍ରାମ କଣ୍ଟକରୁ ଘରବାରି ପଟ୍ଟା ୫୨ ଜଣ, ବିଭିନ୍ନ ପ୍ରମାଣ ପତ୍ର ୫ ଜଣ ଓ ଜମି ପଟ୍ଟା ୧୨ ଜଣ, ଏହିପରି ୭୯ ଜଣ ଆବେଦନକାରୀ ଉପକୃତ ହୋଇଥିଲେ। କାର୍ଯ୍ୟକ୍ରମରେ ସରପଞ୍ଚଙ୍କ ପ୍ରତିନିଧି ବବୁଲ ନାୟକ ଯୋଗଦେଇ ଉପକୃତ ହୋଇଥିବା ବ୍ୟକ୍ତି ମାନଙ୍କୁ ପଟ୍ଟା ଓ ଅନ୍ୟାନ୍ୟ ପ୍ରମାଣ ପତ୍ର ବଣ୍ଟନ କରିଥିଲେ। ତହସିଲ ଅଫିସ ଓ ମାଣିତରା ଗ୍ରାମ ପଞ୍ଚାୟତ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।

ରିପୋର୍ଟ : ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here