ବୁଗୁଡା ବ୍ଲକରେ ୩ୟ ଶ୍ରେଣୀ ବୃତ୍ତି ପରୀକ୍ଷା ଦେଲେ ୯୩ ଜଣ

0
268

ବୁଗୁଡା : ବୁଗୁଡା ବ୍ଲକର ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ଜାନୁଆରୀ ୧୧ ତାରିଖ ଦିନ ବୁଗୁଡା ପିପୁଲସ ହାଇ ସ୍କୁଲ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି। ମୋଟ ୯୯ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଆୟୋଜିତ ଏହି ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ ୯୩ ଛାତ୍ରଛାତ୍ରୀ ବୃତ୍ତି ପରୀକ୍ଷା ଦେଇଥିବା ବେଳେ ୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇନାହାଁନ୍ତି। ବୁଗୁଡା ପିପୁଲସ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା କେନ୍ଦ୍ର ଅଧିକ୍ଷକ ଭାବେ ତାଳସାକର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୀମାଞ୍ଚଳ ସେଠୀ କାର୍ଯ୍ୟ ପରିଚାଳନା କରିଥିବା ବେଳେ ପର୍ଯ୍ୟବେକ୍ଷକ ଭାବେ ବୁଗୁଡା ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି କାର୍ଯ୍ୟ ସମ୍ପାଦନ କରିଥିଲେ। ପରୀକ୍ଷା କକ୍ଷ ନିରୀକ୍ଷକ ଭାବେ ରାଜ କିଶୋର ଦାଶ, ପ୍ରତାପ କୁମାର ଖଡଙ୍ଗା, ମାନସ ରଞ୍ଜନ ସେଠୀ, ଡି. ବାସୁଦେବ ଦୋରା, ସନ୍ତୋଷ କୁମାର ସାହୁ, ଆଶୁତୋଷ ମିଶ୍ର, ପ୍ରଫୁଲ କୁମାର ସାହୁ ଓ ରାଜେଶ ସାହୁ ମୋଟ ୮ ଜଣ ସିଆରସିସ ଯୋଗଦେଇଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here