ଉଚ୍ଚଶିକ୍ଷା ନିମନ୍ତେ ୫ଜଣ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କୁ ଲେପ୍ ଟେପ୍ ପ୍ରଦାନ କରାଗଲା

0
269

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସୋମବାର ଦିନ ଜନ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠ ଠାରେ ପାଞ୍ଚ ଜଣ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କୁ ଲାପଟପ ପ୍ରଦାନ କରାଯାଇଛି । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଦୃଷ୍ଟିହୀନ ଛାତ୍ରଛାତ୍ରୀମାନଙ୍କୁ ଲାପଟପ ପ୍ରଦାନ କରିଥିଲେ ।
ଜିଲ୍ଲାରେ ଦୃଷ୍ଟିହୀନ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବ୍ରେଲି ପାଠ୍ୟ-ପୁସ୍ତକର କୋୖଣସି ସୁବିଧା ନାହିଁ । ସେମାନଙ୍କୁ ପ୍ରଦାନ କରିଥିବା ଲାପଟପ ମାଧ୍ୟମରେ ହିଁ ଉଚ୍ଚଶିକ୍ଷାର ପାଇଁ ଯେଉଁ ପ୍ରକାରର ପାଠ୍ୟ ଖସଡ଼ା ରହିଛି , ତାହାକୁ ଲାପଟପ ମାଧ୍ୟମରେ ସେମାନେ ସହଜରେ ପଢି ପାରିବେ ।
ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସହାୟତରେ ଏହି ଲାପଟପ ଗୁଡିକ ଦୃଷ୍ଟିହୀନ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦାନ କରା ଯାଇଥିଲା ।
ପାରଳାଖେମୁଣ୍ଡି ଠାରେ ଥିବା ଭିନ୍ନକ୍ଷମ ଅନୁଷ୍ଠାନ “ସମର୍ଥ’ର ସହଯୋଗରେ ସମ୍ପୃକ୍ତ ଛାତ୍ରଛାତ୍ରୀ ମାନେ ଅନ-ଲାଇନ ଯୋଗେ ଲାପଟପ ପାଇବା ପାଇଁ ଦରଖାସ୍ତ ଆବେଦନ କରିଥିଲେ । ତାହାକୁ ଆଧାର କରି ଆଜି ସେହି ଲାପଟପ ଜିଲ୍ଲାପାଳ ଶ୍ରୀ ପଣ୍ଡାଙ୍କ ଠାରୁ ଗ୍ରହଣ କରିଥିବା ଛାତ୍ରଛାତ୍ରୀ ମାନେ ହେଲେ :- ଶ୍ରୀ ସାଗର ଢୋଲିଆ , ଶ୍ରୀ ସୁଶାନ୍ତ ବଡରଇତ , ଶ୍ରୀ ଡି: ମନ୍ମଥ ରାଓ , ଏଲିସା ଶବର ଏବଂ ମଞ୍ଜୁ ରଇତ ।
ଏହି ଲାପଟପ ବଣ୍ଟନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜୟରାମ ଶତପଥୀ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରୋମାଞ୍ଚଳ ଖମାରୀ , ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ଶ୍ରୀ ପବିତ୍ର କୁମାର ଦାସ ଏବଂ ଭିନ୍ନକ୍ଷମ ଅନୁଷ୍ଠାନ \”ସମର୍ଥ’ର ଜିଲ୍ଲା ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ମହାରଣା ପ୍ରମୁଖ ଉପସ୍ଥିତିରେ ଏହା ପରିଚାଳନା କରିଥିଲେ ।

ରିପୋର୍ଟ: ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here