ବ୍ରାହ୍ମଣ ମହାସଭାର ପୋହଲି ଭୋଗ ଓ ବନ୍ଧୁ ମିଳନ କାର୍ଯ୍ଯକ୍ରମ

0
237

ଵ୍ରହ୍ମପୁର: ବ୍ରାହ୍ମଣ ମହାସଭାର ଏକ ବନ୍ଧୁ ମିଳନ ଓ ପୋହିଲି ଭୋଗ କାର୍ଯ୍ଯକ୍ରମ ସ୍ଥାନୀୟ ହରିଡାଖଣ୍ଡି ରୋଡ ବିଶ୍ବକର୍ମା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା।ବିଶୁଦ୍ଧ ଓ ଘୃତରେ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ଭଗବାନଙ୍କର ନିକଟରେ ଅର୍ପଣ କରାଯାଇଥିଲା।ବେଦ ପାଠଶାଳାର ଗୁରୁ ଶିକ୍ଷକ ଶିକ୍ଷାର୍ଥୀଙ୍କ ସହ ବ୍ରାହ୍ମଣ ମହାସଭାର ବହୁ ବ୍ରାହ୍ମଣ ଦେବତା ଯୋଗ ଦେଇ ବେଦ ଧ୍ବନି ଓ ବିଭିନ୍ନ ମନ୍ତ୍ର ଉଚ୍ଚାରଣ କରି ନିତି ମୁତାବକ ପୂଜା ଅର୍ଚନା କରାଯାଇଥିଲା। ମାନ୍ୟବର ବ୍ରହ୍ମପୁର ବିଧାୟକ ଶ୍ରୀଯୁକ୍ତ ବିକ୍ରମ ପଣ୍ଡା ମୁଖ୍ଯ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଗଞ୍ଜାମ ଜିଲ୍ଲା ବ୍ରାହ୍ମଣ ମହାସଭାର ସଭାପତି ଲକ୍ଷ୍ମୀ ନାରାୟଣ ଚୌଧୁରୀ,କାର୍ଯ୍ଯକାରୀ ସଭାପତି ଅନିଲ କୁମାର ଚୌଧୁରୀ,ସାଧାରଣ ସଂପାଦକ ଲକ୍ଷ୍ମଣ ଚୌଧୁରୀଙ୍କ ସମେତ ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣରୁ ଆସିଥିବା ବ୍ରାହ୍ମଣ ମହାସଭାର ବହୁ ସଦସ୍ଯ ଉପସ୍ଥିତ ଥିଲେ। ଏହି ଅବସରରେ ତ୍ରିପାଠୀ ପୁସ୍ତକାଳୟର ପ୍ରତିଷ୍ଠାତା ବିଷ୍ଣୁ ପ୍ରସାଦ ତ୍ରିପାଠୀଙ୍କ ଦ୍ବାରା ପ୍ରକାଶିତ ଓ ପଣ୍ଡିତ ଶ୍ରୀ ସିମାଞ୍ଚଳ ଶର୍ମାଙ୍କ ରଚିତ ପୁରୋହିତାନାଂ ଜ୍ୟୋତିଷବିଦ୍ୟା ଓ ଖଡିରତ୍ନ ପାଞିକା, ସାମନ୍ତ ପାଞିକା ମାନ୍ୟବର ବ୍ରହ୍ମପୁର ବିଧାୟକ ଶ୍ରୀଯୁକ୍ତ ବିକ୍ରମ ପଣ୍ଡା ନିଜ କରକମଳରେ ଲୋକାର୍ପଣ କରିଥିଲେ।ଲେଖକ ଶ୍ରୀ ତ୍ରିପାଠୀଶର୍ମା ଏହି ପାଞିକା ନିର୍ଭୁଲ ଓ ଯୁକ୍ତିଯୁକ୍ତ ତଥ୍ଯ ପ୍ରଦାନ ସହ ଜତିଷ ଶାସ୍ତ୍ର ଉପରେ ସମ୍ପୂର୍ଣ୍ଣ ଧାରଣା ଆଦି ସହିତ ନାମକରଣ, ବାସ୍ତୁ ଦୋଷ,ଗୃହ ପ୍ରବେଶ ଇତ୍ୟାଦି ଅନେକ ଏହି ପୁସ୍ତକରେ ଉପଲବ୍ଧ ବୋଲି ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାନଗର ବିଜୁ ଜନତାଦଳ ସଭାପତି ଅଜିତ ପଣ୍ଡା,ବିଜେପି ଗଞ୍ଜାମ ଜିଲ୍ଲା ପୁର୍ବତନ ସଭାପତି କାହ୍ନୁଚରଣ ପତି, ଯୁବ ଆଇନଜୀବୀ ଅସିତ କୁମାର ସାବତ,ସାମ୍ବାଦିକ ଅନିଲ କୁମାର ପାଢୀ, ବାବୁନା ପାଢୀ, ସମୀର ଆଚାର୍ଯ୍ୟ,ଲଲାଟେନ୍ଦୁ ଚୌଧୁରୀ,ଅଶୋକ ବ୍ରହ୍ମା, ସମୀର ରଥ,ଗୌରାଙ୍ଗ ଚୌଧୁରୀ, ବାବୁଲା ନାୟକ,ବାବୁଲା ଦାସ, ଗୋପାଳ କୃଷ୍ଣ ରଥଙ୍କ ସମେତ ବ୍ରାହ୍ମଣ ମହାସଭାର ବହୁ ସଦସ୍ଯ ଉପସ୍ଥିତ ରହି ପ୍ରସାଦ ସେବନ କରି ବିଶ୍ୱର ମଙ୍ଗଳ କାମନା କରି ବିଶ୍ୱ ନିଅନ୍ତାଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

LEAVE A REPLY

Please enter your comment!
Please enter your name here