୧୬ଟି ଚୋରୀ ବାଇକ୍ ଜବତ ,ଦୁଇ ଗିରଫ

0
238

କୁକୁଡ଼ାଖଣ୍ଡି: ବ୍ରହ୍ମପୁର ସଦର ଏସଡିପିଓ ଭାବେ ଦାଇତ୍ୱ ନେଇ ଯୋଗ ଦେଇଥିବା ଦକ୍ଷ ପୋଲିସ ଅଧିକାରୀ ଶିବ ଶଙ୍କର ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଏକ ବଡ଼ ଧରଣର ଚୋରା ଗାଡି ଗ୍ୟାଙ୍ଗ ପୋଲିସ ହାତରେ ଧରା ପଡିଥିବା ବେଳେ ଏହି ଗ୍ୟାଙ୍ଗରେ ସାମିଲ ଥିବା ଦୁଇ ଜଣ ଯୁବକଙ୍କ ମଧ୍ୟରୁ ଜଣେ ଖୋର୍ଦ୍ଧା ଜିଲ୍ଲାର ସଦର ଅଞ୍ଚଳର କାଇପଦର ଗ୍ରାମର ସ୍ବର୍ଗତ ହବିବ୍ ଖାନଙ୍କ ପୁଅ ଗୁଲାମ ହାସନ ଖାନ୍(ପପୁ)(୪୩) ଏବଂ ଅନ୍ୟ ଜଣେ ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଲୋଚାପଡ଼ା ଖଞ୍ଜିପଡ଼ିଆ ସାହିର ଲକ୍ଷ୍ମଣ ବେହେରାଙ୍କ ପୁଅ ଲିଲୁ ବେହରା(ଇଲୁ)(୨୨) ବୋଲି ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ରଙ୍କ ଠାରୁ ସୂଚନା ମିଳିଛି ।ସୂଚନା ପ୍ରକାରେ ଜାଣିବାକୁ ମିଳିଛି ଯେ , ବ୍ରହ୍ମପୁର ସଦର ଥାନା ପୋଲିସ ପକ୍ଷରୁ ଲୋଚାପଡ଼ା ଛକ ଠାରେ ଏମଭି ଚେକିଙ୍ଗ ଚାଲିଥିବା ସମୟରେ ଶ୍ରୀ ମହାପାତ୍ର ନିଜେ ପେଟ୍ରୋଲିଂ ଦାଇତ୍ଵରେ ଚେକିଙ୍ଗ କରୁଥିବା ବେଳେ ଦୁଇଜଣ ଯୁବକଙ୍କୁ ଅଟକ ରଖି ଗାଡିର କାଗଜ ପତ୍ର ଦେଖାଇବା ପାଇଁ କହିଥିଲେ । କିନ୍ତୁ ଗାଡିର ଆବଶ୍ୟକତା କାଗଜ ପତ୍ର ଦେଖେଇ ପାରିନଥିବାରୁ ସେମାନଙ୍କ ଉପରେ ସନ୍ଦେହ ସୃଷ୍ଟି କରିବା ସହ ପଚରାଉଚରା ସମୟରେ ସେମାନେ ଯେଉଁ ଗାଡି ବ୍ୟବହାର କରୁଛନ୍ତି ତାହା ଏକ ଚୋରି ଗାଡି ବୋଲି ଜାଣିବାକୁ ମିଳିଥିଲା ।ପରେ ସେମାନଙ୍କୁ ଅଧିକ ପଚରା ଉଚରା କରିବା ପରେ ଆଉ ସମୁଦାୟ ୧୬ଟି ଚୋରି ଗାଡି ଧରିବାରେ ପୋଲିସକୁ ସଫଳତା ମିଳିଥିଲା ।ଏମାନେ ଭୁବନେଶ୍ୱର ,ବ୍ରହ୍ମପୁର ଏବଂ ଗଞ୍ଜାମ ଜିଲ୍ଲା ବାହାରୁ ମଧ୍ୟ ଗାଡି ଚୋରି କରିକି ଏହି ଗାଡିକୁ ସବୁ ସେମାନେ ଗୋଳାବନ୍ଦ ନିକଟରେ ଥିବା ଏକ ଗ୍ୟାରେଜରେ ରଖିଥିବାର କହିଥିଲେ ଦୁଇଜଣ। ତେବେ ସଦର ପୋଲିସ ଅନ୍ୟ ସବୁ ଗାଡିକୁ ନିଜ ଅକ୍ତିଆରକୁ ନେଇ ଏମାନଙ୍କ ନାମରେ ସଦର ଥାନାରେ କେଶ ନମ୍ବର ୧୦/୨୦୨୨ ରେ ଏକ ମାମଲା ରୁଜୁ କରି ୟୁ / ଏସ୍ ୩୭୯/୪୧୧/୩୪ ଆଇପିସି ଧାରା ଅନୁଯାୟୀ କୋର୍ଟ ଚାଲାଣ କରାଯାଇଥିବା ନେଇ ସଦର ଏସଡିପିଓ ଶ୍ରୀ ମହାପାତ୍ରଙ୍କ ଠାରୁ ସୂଚନା ମିଳିଛି ।ତେବେ କିଛି ଦିନ ହେବ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ବ୍ରହ୍ମପୁର ଏସପି ଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରତିଦିନ ପୋଲିସ ପେଟ୍ରୋଲିଙ୍ଗ କଡାକଡି କରିବାକୁ ନିର୍ଦ୍ଦିଷ୍ଟ ଦେଇଥିଲେ। ଯାହାକୁ ଗମ୍ଭୀରତା ସହ ନେଇଥିଲେ ସଦର ଏସଡିପିଓ ଏବଂ ନିଜେ ପେଟ୍ରୋଲିଂର ଦାଇତ୍ୱ ନେଇ ପ୍ରତିଦିନ ସନ୍ଧ୍ୟାରେ ନିଜ ଅଞ୍ଚଳରେ ନିଜେ ବୁଲିବା ସହ ଅପରାଧିକ ଗତିବିଧିକୁ ଅନୁକ୍ଷଣ କରୁଛନ୍ତି ।ସଦର ଥାନା ପୋଲିସ ପାଇଁ ଏହା ଏକ ବଡ଼ ଧରଣର ସଫଳତା ମିଳିଛି ।ତେବେ ଏହି ଚୋରା ଗାଡି ଗ୍ୟାଙ୍ଗ ଧରିବା ପାଇଁ ସଦର ଥାନା ପୋଲିସ ଟିମ୍ ଓ ନିମଖଣ୍ଡି ଫାଣ୍ଡି ପୋଲିସର ସମ୍ପୁର୍ଣ୍ଣ ସହଯୋଗ ରହିଥିବା ବେଳେ ଏସଡିପିଓ ଶ୍ରୀ ମହାପାତ୍ରଙ୍କୁ ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜୀବୀ ମହଲରେ ଢେର ପ୍ରଶଂସା କରିଛନ୍ତି ।
ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here