୨୧ କେଜି ଗଞ୍ଜେଇ ଜବତ,୨ ଗିରଫ

0
289

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧୀନ ଖାରିଗୁଡା ନିକଟ ୧୫୭ ଜାତୀୟ ରାଜପଥ ଠାରୁ ପୁଲିସ୍ ଚଢଉ କରି ୨୧ କେଜି ଗଞ୍ଜେଇ ଜବତ କରିବା ସହ ବେଆଇନ ଭାବେ ଚାଲାଣ କରିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। କନ୍ଧମାଳ ଜିଲ୍ଲା ବିଶିପଡା ସଦର ଥାନା ଇଲାକାର କରଣ ଦିଗାଲ(୨୩) ଏବଂ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଆଗଞ୍ଜ ଥାନା ଇଲାକାର ଫାଗୁରାମ ମଣ୍ଡଳ ଉଭୟେ ଏକ ବସ୍ତାରେ ଗଞ୍ଜେଇ ଭର୍ତ୍ତି କରି ଖାରିଗୁଡା ନିକଟରେ ବସ୍ ରେ ତାକୁ ଚାଲାଣ କରିବା ନିମନ୍ତେ ବସ୍ କୁ ଅପେକ୍ଷା କରିଥିଲେ। ସଂନ୍ଧ୍ୟା ସମୟରେ ଏସ୍ଆଇ କେଶବ ଷଢଙ୍ଗି ବିଶ୍ବସ୍ତ ସୁତ୍ରରୁ ଖବର ପାଇ ଚଢଉ କରି ଉଭୟଙ୍କୁ ଗିରଫ କରିବା ସହ ମାଜିଷ୍ଟ୍ରେଟ୍ ବିକାଶ କୁମାର ଭୋଇଙ୍କ ଉପସ୍ଥିତିରେ ୨୧ କେଜି ୮୦୦ ଗ୍ରାମ ଗଞ୍ଜେଇ ସହ ଗୋଟିଏ ମୋବାଇଲ ଫୋନ୍ ଏବଂ ୧୧,୩୦୦ ଟଙ୍କା ଜବତ କରିଥିଲେ। ଏନେଇ କେସ୍ ନମ୍ବର ୧୯ ରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଧୀରେଶ କୁମାର ଦାସ ସୂଚନା ଦେଇଛନ୍ତି।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here