ହାତୀ ଉପଦ୍ରବ, ଅଧଳ ଧାନ ଓ ପନିପରିବା ନଷ୍ଟ ; ଖାଇଲେ, ଦଳିଲେ ନଷ୍ଟ କରି ଚାଲି ଗଲେ 

0
283

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡର ମୁଜାଗଡ଼ ରେଞ୍ଜର  ଗମ୍ଭାରୀଗୋଛା,ଧୋବା ବଂଜର, ବଡ ପଥରା,ମଙ୍ଗଳପୁର ଓ ବାଇବାଲି ପଂଚାୟତର ବିରିକୋଟ ଗ୍ରାମରେ ହାତୀ ଉପଦ୍ରବ ଦେଖା ଦେଇଛି। ହାତୀପଲ ଧାନ ଫସଲ ଓ ପନିପରିବା ଖାଇ ତାହା ନଷ୍ଟ କରି ଦେଉଛନ୍ତି। ଯାହାକି ଚାଷୀଙ୍କ ଚିନ୍ତା ବଢ଼ାଇଛି। ବର୍ଷା ଯୋଗୁଁ ଅଧିକାଂଶ ଧାନ ନଷ୍ଟ ହୋଇ ଯାଇଥିବା ବେଳେ ବଡ଼ କଷ୍ଟରେ ଚାଷୀ ବଳକା ଧାନ କାଟି ଖଳାରେ ରଖିଛନ୍ତି। ହେଲେ ସେଗୁଡ଼ିକ ହାତୀପଲ ଖାଇ ନଷ୍ଟ କରି ଦେଉଥିବା ଗମ୍ଭାରୀଗୋଛା ଗ୍ରାମବାସୀ କହିଛନ୍ତି। ଉକ୍ତ  ଅଞ୍ଚଳରେ ପ୍ରାୟ ୨୨ ଟିକିଆ ‌ହାତୀପଲର ଆତଙ୍କ ଦେଖିବାକୁ ମିଳୁଛି। ରାତିରେ ହାତୀପଲ ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହେଉଛନ୍ତି। ଚାଷୀ ଧାନ କାଟି ଗଦା କରି ରଖିଥିବା ବେଳେ ତାହା ଖାଇ ଦେଉଛନ୍ତି। ଏଥି ସହିତ ବିଭିନ୍ନ ପନିପରିବା ଚାଷ ଓ କଦଳୀ ଗଛ ନଷ୍ଟ କରୁଛନ୍ତି। ଏହାପରେ ପୁଣିଥରେ ସେମାନେ ନିକଟସ୍ଥ ଜଙ୍ଗଲକୁ ଚାଲି ଯାଉଛନ୍ତି। ଏହାକୁ ନେଇ ଅଞ୍ଚଳର ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଥିବା ବଡ଼ପଥରା ଗ୍ରାମର ସତ୍ୟବାନ ସ୍ବାଇଁ କହିଛନ୍ତି। ଏପରିକି ହାତୀ କବଳରୁ ଧାନ ଫସଲ ରକ୍ଷା କରିବା ପାଇଁ ଗ୍ରାମବାସୀ ରାତିରେ ପାଳି କରୁଛନ୍ତି ଜଗୁଛନ୍ତି। ନିଆଁ ଲଗାଇ ହାତୀପଲକୁ ଘଉଡ଼ାଛନ୍ତି। କିନ୍ତୁ ପୁଣିଥରେ ହାତୀ ଜମି ଆଡ଼କୁ ଚାଲି ଆସୁଥିବା ଗ୍ରାମବାସୀ କହିଛନ୍ତି। ବଡ଼ପଥରା ଗ୍ରାମର ସତ୍ୟବାନ ସ୍ବାଇଁ ଙ୍କ ପ୍ରାୟ ୧ଭରଣ ଜମିରେ ହୋଇଥିବା ଝୁଡୁଙ୍ଗ ଚାଷ ହାତୀପଲ ନଷ୍ଟ କରିଛନ୍ତି।ସେହିପରି ଗମ୍ଭାରୀଗୋଛା ଗ୍ରାମର ସାବିତ୍ରୀ ଗୌଡ଼, ପୀତବାସ ପ୍ରଧାନ, କନ୍ଧଗୌଡ଼,ଧନପୂର୍ଣ ପ୍ରଧାନ ଙ୍କ ଧାନଗଦା ଖାଇ ନଷ୍ଟ କରି ଦେଇଛନ୍ତି। ବିରିକୋଟ ଗ୍ରାମରେ ଏକ ଦନ୍ତାହାତୀ ଶନିବାର ରାତିରେ ଚାଷୀ ଙ୍କ ଧାନ ଫସଲ ଓ ବିନିଷ ଚାଷ ନଷ୍ଟ କରିଛି। ଲିଟୁ ଗୌଡ଼ ଙ୍କ ଧାନ ଖଳାରୁ ଦୁଇ ଭରଣ ନଷ୍ଟ ହୋଇଛି। ଏଦିଗରେ ବନ ବିଭାଗ ଦୃଷ୍ଟି ଦେଇ ହାତୀ ଘଉଡ଼ାଇବା ପାଇଁ କିଛି ପଦକ୍ଷେପ ଗ୍ରହଣ କରୁ ବୋଲି ଚାଷୀ ମାନେ କହିବା ସହ କ୍ଷୟକ୍ଷତିର ଆକଳନ କରି ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here