ପିତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗରୀବ ପିଲାଙ୍କୁ ପାଠ୍ୟ ଉପକରଣ ଓ ଖାଦ୍ୟ ବଣ୍ଟନ

0
256

ଭଞ୍ଜନଗର: ବାପାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗରୀବ ପିଲା ମାନଙ୍କୁ ପାଠ୍ୟ ଉପକରଣ ପ୍ରଦାନ କରିବା ସହ ଖାଦ୍ୟ ବଣ୍ଟନ କରିଛନ୍ତି ସାମ୍ବାଦିକ ନଚିକେତା ପ୍ରଧାନ। ବାପା ନିଶାକର ପ୍ରଧାନଙ୍କ ଦ୍ବିତୀୟ ଶ୍ରାଦ୍ଧ ବାର୍ଷିକୀକୁ ନିଆରା ଭାବେ ପାଳନ କରିଛନ୍ତି। ଏହି ଅବସରରେ ନିରାଡମ୍ବର ଭାବେ ଉପାନ୍ତ ଇଲାକା ଭାବେ ପରିଚିତ ଦଦରଲୁଣ୍ଡା ପଞ୍ଚାୟତର ନବଗୋଚ୍ଛା,ଖୁରୁଡୁପଲ୍ଲୀ,କାନବିନ୍ଧା ଆଦି ଗ୍ରାମର ଛୋଟଛୋଟ ପିଲା ମାନଙ୍କୁ ଖାତା,କଲମ,ପଟାଖଡି,ବହି ଆଦି ପ୍ରଦାନ କରିବା ସହ ପିଲାଙ୍କ ପାଇଁ ଖାଇବା ଜିନିଷ ପ୍ରଦାନ କରିଥିଲେ। ଉପାନ୍ତ ଇଲାକାରେ ଗରୀବ ପିଲା ମାନଙ୍କ ଗହଣରେ ସମୟ ବିତାଇ ସେମାନଙ୍କ ସହ ଭାବ ଆଦାନ ପ୍ରଦାନ କରିବା ଦ୍ବାରା ବାପାଙ୍କ ଆତ୍ମାକୁ ପ୍ରକୃତ ଶାନ୍ତି ମିଳିବ ବୋଲି ନିଜ ପ୍ରତିକ୍ରିୟାରେ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି। ଭୋଜିଭାତ କରି ଅଯଥା ଟଙ୍କା ଖର୍ଚ୍ଚ କରିବା ବଦଳରେ ଏଭଳି ଗରୀବ ମାନଙ୍କୁ ସହାୟତା ପ୍ରଦାନ କଲେ ମନକୁ ଶାନ୍ତି ମିଳେ ବୋଲି ସେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ବିପଦର ବନ୍ଧୁ ଅନୁଷ୍ଠାନର ଅରକ୍ଷୀତ ପରିଚ୍ଛା,ମୁନା ସେଠୀ,ବିଶ୍ବମ୍ବର ଜେନା,ନିଲୁ ବିଷୋୟୀ,ସୁଜିତ ବିଷୋୟୀ,ଶିବରାମ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here