ତିନି ଦିନ ବ୍ୟାପି ଭଞ୍ଜ ଜୟନ୍ତୀ ର ଶୁଭାରମ୍ଭ

0
267

ଭଞ୍ଜନଗର : ସମ୍ବାଦ ସାହତ୍ୟ ଘର ଭଞ୍ଜନଗର ତରଫରୁ ତିନି ଦିନ ବ୍ୟାପି ଭଞ୍ଜ ଜୟନ୍ତୀ ର ଶୁଭାରମ୍ଭ କୁଲାଡ ସ୍ଥିତ କବି ସମ୍ରାଟ ବିଦ୍ୟାପୀଠ ଠାରେ ସଭାପତି କୃତିବାସ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ା ଏଥିରେ ମୁଖ୍ୟ ଅତିଥି ରୂପେ ଭଞ୍ଜଗବେଷକ କାମରାଜୁ ସାହାଣୀ ଯୋଗ ଦେଇ ଭଞ୍ଜ ସାହିତ୍ୟର ଆଲୋଚନା କରିବା ସହ ଏପରି ପ୍ରଚାର ପ୍ରସାରର ଅଭିନବ ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ ା ଉପସଭାପତି ନେତାଜୀ ବିଷୋୟୀ,ଦୁଇ ଉପଦେଷ୍ଟା ମନୁନନ୍ଦ ପତି ଏବଂ ଶୂଳପାଣୀ ଶତପଥୀ ,କୋଷାଧ୍ୟକ୍ଷ ତ୍ରିନାଥ ବେହେରା,ସାଂଗଠନିକ ସଂପାଦକ ବିଶ୍ବମ୍ବର ଜେନା,ସହ ସଂପାଦକ ଡକ୍ଟର ଗୁରୁମୂର୍ତ୍ତୀ ନାୟକ,ସୁବାସ ଚନ୍ଦ୍ର ତାରେଣୀ, ରବି ନାରାୟଣ ମହାନ୍ତୀ,ଶିକ୍ଷକ ପ୍ରଦ୍ୟୁମ୍ନ ମଲ୍ଲିକ,ଖଦାଳ ବିଷୋୟୀ,ବିଜୟ ପ୍ରଧାନ ,ମୋନାଲିସା ମିଶ୍ର ,ସୂର୍ଯ୍ୟ ନାରାୟଣ ପାତ୍ର, ଜଗଦୀଶ ପାଣଗ୍ରାହୀ ପ୍ରମୁଖ ଛାତ୍ର ଛାତ୍ରୀମାନଙ୍କୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସାହିତ୍ୟିକ କୃତି, ଜନ୍ମ ବୃତ୍ତାନ୍ତ ଆଦି ମନୋଜ୍ଞ ଭାବରେ ବର୍ଣ୍ଣନା କରି ଛାତ୍ର ଛାତ୍ରୀମାନେ ଯେପରି ଭଞ୍ଜ କବିଙ୍କୁ ଅଧିକ ଜାଣିବା ପାଇଁ ପ୍ରୟାସ କରିବେ ସେଥିପାଇଁ ନାନା ଉଦାହରଣ ଦେଇ ବ୍ୟାଖ୍ୟା କରିଥଲେ ା ସଂପାଦକ ସନ୍ତୋଷ ଜେନା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ କୁମୁଦ ଚନ୍ଦ୍ର ବାଡାତ୍ୟା ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କିଛି ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କୁ ଜାଣିବା ସହ ଖୁସି ବ୍ୟକ୍ତ କରିଥିଲେ ।

ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here