ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମୁକ୍ତା ଯୋଜନା କାର୍ଯ୍ୟାଦେଶ

0
233

ପୋଲସରା : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦର ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ମୁକ୍ତା ଯୋଜନାରେ ଏନଏସିର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରିବା ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିବା ଜଣାପଡିଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁକ୍ତା ଯୋଜନାରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଉନ୍ନୟନ ମୂଳକ କାର୍ଯ୍ୟ କରିବାକୁ ସୁଯୋଗ ଦେଇ ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାଦ୍ୱାରା ମହିଳା ମାନେ ରୋଜଗାର କ୍ଷମ ହୋଇ ପାରି ସ୍ୱବାଲମ୍ବୀ ହେବେ ବୋଲି ଆଶା କରାଯାଉଛି। ଜାନୁଆରୀ ୬ ତାରିଖ ଦିନ ଏକ ବୈଠକରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ପୋଲସରା ଏନଏସିର ମୁକ୍ତା ଯୋଜନା କାମ କରିବାକୁ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶନ ଦାଶ, ସାଂସଦ ପ୍ରତିନିଧି ମୋତିରାମ ସାହୁ, ବିଧାୟକ ପ୍ରତିନିଧି ପ୍ରଫୁଲ କୁମାର ପ୍ରଧାନ, ସମାଜସେବୀ ସନ୍ତୋଷ କୁମାର ବେହେରା ଓ ରଞ୍ଜିତ କୁମାର ସାହୁ ଯୋଗଦେଇଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here