୧୫ ରୁ ୧୮ବର୍ଷ କିଶୋର କିଶୋରୀ ଙ୍କ ଜିଲ୍ଲାରେ ଟୀକାକରଣ ଆରମ୍ଭ

0
262

ପାରଳାଖେମୁଣ୍ଡି :ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ମୂଖ୍ୟ ଚିକିତ୍ସାଳୟ ବ୍ୟତୀତ ପାରଳାଖେମୁଣ୍ଡି ସ୍ତିତ ଟାଉନହାଲରେ ଜିଲ୍ଲାର ଆଜି ଠାରୁ ୧୫ରୁ୧୮ ବର୍ଷର କିଶୋରମାନଙ୍କ ଟୀକାକରଣ ଆରମ୍ଭ ହୋଇଛି । ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ପ୍ରଦିପ କୁମାର ପାତ୍ରଙ୍କ କହିବାନୁଯାୟୀ ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ରେ କିଶୋରଙ୍କ ଟୀକାକରଣ ପାଇଁ ୨ଗୋଟି ଟୀକା ଗ୍ରହଣ କେନ୍ଦ୍ର ଯଥା,ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିଶର ଏବଂ ପାରଳାଖେମୁଣ୍ଡି ଟାଉନହଲରେ ଆଜି ସକାଳ ୮ଟା ଠାରୁ କିଶୋରଙ୍କୁ ଟୀକା ପ୍ରଦାନ ଆରମ୍ଭ ହୋଇଛି । ସେହିପରି ଗଜପତି ଜିଲ୍ଲାର ମୋଟ ୭ଗୋଟି ବ୍ଲକ ଯଥା;- ମୋହନା, ଆର.ଉଦୟଗିରି, ନୁଆଗଡ, ରାୟଗଡା, ଗୋଷାଣୀ, ଗୁମ୍ମା, କାଶୀନଗର ବ୍ଲକ ମହକୁମାରେ ଥିବା ୭ଗୋଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ କିଶୋରଙ୍କୁ ଟୀକା କରଣ ଆରମ୍ଭ ହୋଇଯାଇଛି । ଆସନ୍ତାକାଲି ଠାରୁ କିଶୋରଙ୍କ ଟୀକା କରଣ ପାଇଁ ଆହୁରୀ ଅଧିକ କେନ୍ଦ୍ର ଖୋଲାଯିବାର ନିଷ୍ପତ୍ତି ହୋଇଛି । ପ୍ରତ୍ୟେକ ଦିନ କିଶୋରମାନଙ୍କୁ ସକାଳ ୮ଘଣ୍ଟା ଠାରୁ ୧ଘଣ୍ଟା ପର୍ଯ୍ୟନ୍ତ ଟୀକା କରଣ କରାଯିବ । ଟୀକା ନେବା ପାଇଁ ପ୍ରତ୍ୟେକେ ଅନ ଲାଇନ୍ ଦ୍ୱାରା ପୂର୍ବରୁ ପଞ୍ଜିକରଣ କରିପାରିବେ । ଯେଉଁମାନେ ଅନ ଲାଇନ୍ ଦ୍ୱାରା ପଞ୍ଜିକରଣ କରିନାହାଁନ୍ତି ସେମାନେ ଟୀକାକରଣ କେନ୍ଦ୍ରରେ ପହଞ୍ଚି ପଞ୍ଜିକରଣ କରି ଏହି ଟୀକା ନେଇପାରିବେ । ଏହି କିଶୋରଙ୍କ ଟୀକାକରଣ କାର୍ଯ୍ୟକ୍ରମ ଜିଲ୍ଲା ପରିବାର ନିୟନ୍ତ୍ରଣ ଏଡିପିଏଚଓ ଡା.ମହେନ୍ଦ୍ର କୁମାର ଭୁୟାଁ,ଆରସିଏଚ ଡେପିଟି ମ୍ୟାନେଜର ସୁଶାନ୍ତ ନାୟକ,ଡିଭିଏଲଏମ ଦୀପକ କୁମାର ପାଣିଗ୍ରାହି,ଆଇସିଏ ସୁରେଶ କୁମାର ଜେନା ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆଜି ଜିଲ୍ଲା ଓ ସମସ୍ତ ବ୍ଲକ୍ ରେ ଟିକାକରଣ ଆରମ୍ଭ ହୋଇଛି ।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here