ଡବଲ ମର୍ଡର ଘଟଣାର ମାଷ୍ଟର ମାଇଣ୍ଡ ମୟୁର ଗିରଫ

0
368

ଦିଗପହଣ୍ଡି :ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧିନସ୍ଥ ନବରଙ୍ଗପୁର ଡବଲ ମର୍ଡର ମାମଲାରେ ରବିବାର ପୋଲିସ ମାଷ୍ଟର ମାଇଣ୍ଡ ରଚିଥିବା ଉକ୍ତ ଗ୍ରାମର ନରସିଂହ ଗୈାଡଙ୍କ ପୁଅ ମୟୂର ଗୈାଡଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ଖବରନୁଯାୟୀ ଦିଗପହଣ୍ଡି ବ୍ଳକ ଆଙ୍କୋରଡା ପଞ୍ଚାୟତ ଅନ୍ତର୍ଗତ ନବରଙ୍ଗପୁର ଗ୍ରାମରେ ଗତ ମେ ୨୯ ତାରିଖ ରାତିରେ ଗ୍ରାମ ଛକରେ ରାଜନୈତିକ ଶତ୍ରୁତା ଓ ଠିକା କାମକୁ କେନ୍ଦ୍ରକରି ତୋଫାନ ଓରଫ ବିଜୟ କୁମାର ଗୈାଡ ବାବୁ ଗୈାଡ ଓ ପ୍ରଦୀପ ସାହୁଙ୍କୁ ନିର୍ମମ ଭାବେ ଛୁରୀରେ ହତ୍ୟା କରିଥିଲା । ଘଟଣା ଦିନ ରାତିରେ ବାବୁଙ୍କ ମୃତ୍ୟୁ ହୋଇଥିବା ବେଳେ ତିନିଦିନ ପରେ ପ୍ରଦୀପଙ୍କ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଘଟଣାରେ ପୋଲିସ ପୂର୍ବରୁ ତୋଫାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପ୍ରକାଶ ଥାଉକି ପଞ୍ଚାୟତ ନିର୍ବାଚନ ପରେ ଅଭିଯୁକ୍ତ ମୟୂର ମୁମ୍ବାଇ ଚାଲିଯାଇ ରାଗର ପ୍ରତିଶୋଧ ନେବାପାଇଁ ତୋଫାନ ସହ ଫୋନ ମାଧ୍ୟମରେ ଯୋଗାଯୋଗ କରି ମର୍ଡର ପ୍ଲାନ୍ କରିଥିଲା । ଏହାପରେ ପୂର୍ବ ଯୋଜନା ଅନୁଯାୟୀ ତୋଫାନ ବାବୁ ଓ ପ୍ରଦୀପଙ୍କୁ ହତ୍ୟା କରିଥିଲା । ଘଟଣାପରେ ଗ୍ରାମରେ ଚାପା ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସେହି ରାତିରେ ପୂର୍ବତନ ସରପଞ୍ଚ ଉଷାନ୍ତ ସାହୁଙ୍କୁ ହତ୍ୟା ଧମକ ପୁଣିଥରେ ଗ୍ରାମରେ ଅଶାନ୍ତ ଦେଖାଯାଇଥିଲା । ଯାହାକୁ ନେଇ ଉଷାନ୍ତ ତାଙ୍କ ସମର୍ଥକ ମାନେ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ । ଏହାପରେ ଏହି ହତ୍ୟା ମାମଲାରେ ଅନ୍ୟ ସହଯୋଗୀଙ୍କୁ ଗିରଫ କରିବା ନେଇ ମୃତକଙ୍କ ପରିବାର ଓ ଗ୍ରାମବାସୀ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟ ଘେରାଉ କରିଥିଲେ । ଘଟଣାପରେ ଏସ୍ ପି ଙ୍କ ନିର୍ଦ୍ଦେଶକ୍ରମେ ଦିଗପହଣ୍ଡି ପୋଲିସ ତଦନ୍ତ କରିବା ସହ ଆଜି ଅଭିଯୁକ୍ତ ମୟୂରଙ୍କ ଗିରଫ କରି ଥାନା ମାମଲା ନଂ.୧୮୫/୨୨ ଦଫା – ୩୦୨/୧୨୦(ଖ)/୩୪ ଆଇ ପି ସି ଅନୁଯାୟୀ କୋର୍ଟ ଚାଲାଣ କରିଥିଲା । ସେଠାରେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି । ତେବେ ଅଭିଯୁକ୍ତଙ୍କ ଠାରୁ ଏକ ମୋବାଇଲ ଫୋନ ପୋଲିସ ଜବତ କରିଥିବା ବେଳେ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଦିପ୍ତୀରଞ୍ଜନ ବେହେରା ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here