ପୋଖରୀରେ ବୁଡ଼ି ବୃଦ୍ଧ ମୃତ

0
270

ବେଲଗୁଣ୍ଠା: ଗାଙ୍ଗପୁର ଥାନା ଅନ୍ତର୍ଗତ କେନ୍ଦୁପଦର ଗ୍ରାମରେ ପୋଖରୀରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ହେବା ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି I ସୂଚନା ପ୍ରକାରେ କେନ୍ଦୁପଦର ଗ୍ରାମର ନକୁଳ ପଲେଇ (85) ଗ୍ରାମର ମନ୍ଦିର ନିକଟସ୍ଥ ଏକ ପୋଖରୀକୁ ସକାଳ 9 ଘଣ୍ଟା ସମୟରେ ଶୌଚ ହୋଇ ଗାଧୋଇବା ହେବା ପାଇଁ ଯାଇଥିବା ବେଳେ ଗୋଡ଼ ଖସି ଯାଇ ପୋଖରୀରେ ବୁଡ଼ି ଯାଇଥିଲେ I ଫଳରେ ସେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି I

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here