ଇତିହାସ ବିଭାଗ ଛାତ୍ରଛାତ୍ରୀ ଙ୍କୁ ସ୍ୱାଗତ

0
342

ଭଞ୍ଜନଗର : ବିଡିପୁର ତେନ୍ତୁଳିଆ ଶାସନ ଦେବସ୍ଥାନ ମହାବିଦ୍ୟାଳୟରେ ଇତିହାସ ବିଭାଗ ପକ୍ଷରୁ ନୂତନ ବର୍ଷ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ କରାଯାଇଛି। କଲେଜ ଅଧ୍ୟକ୍ଷ ପ୍ରଫେସର ପ୍ରଭାକର ଶତପଥୀ ଙ୍କ ପୌରାହିତ୍ୟ ରେ ଅନୁଷ୍ଠିତ କାଯ୍ୟକ୍ରମ ରେ ଅତିଥି ଭାବେ ପ୍ରଫେସର ବିପିନ ବିହାରୀ ପାଢ଼ୀ, ଡ଼.ରମଣୀ ରଞ୍ଜନ ମିଶ୍ର,ଡ଼.ଶ୍ୟାମ ପ୍ରସାଦ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଅଧ୍ୟାପକ ବିଦେଶୀ କୁମାର ରାଉତ ଓ ଅଧ୍ୟାପକ ଡ଼.ଯଶୋବନ୍ତ ପାଣି ନୂତନ ବର୍ଷ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରାଯିବା ସହ କଲେଜର ନାମ କୁ ଟେକ ରଖିବାକୁ ମଞ୍ଚାସୀନ ଅତିଥିମାନେ ପରାମର୍ଶ ଦେଇଥିଲେ। ଅଧ୍ୟାପିକା ମାମିନୀ ଆଚାର୍ଯ୍ୟ, ମିନାକ୍ଷୀ ଷଡଙ୍ଗୀ, ଅଧ୍ୟାପକ ଭଞ୍ଜ କିଶୋର ରଣା, ଡ଼.ନଟବର ଜେନା ଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ
ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here